No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶ୍ରୀକ୍ଷେତ୍ରାଧିପତି ଆଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ଗବେଷଣା ପ୍ରତିଷ୍ଠାନ ପୁରୀ ରୁ ପ୍ରଥମଥର ପ୍ରକାଶିତ ଶ୍ରୀକ୍ଷେତ୍ରାଧିପତି ପଞ୍ଜିକା ୨୦୨୫-୨୬ର ଶୁଭ ଉନ୍ମୋଚନ ହୋଇଯାଇଛି । ଜ୍ୟୋତିର୍ବିଦ ମାନଙ୍କ ଦ୍ଵାରା ସମ୍ପାଦିତ ପଞ୍ଜିକା କୁ ମୁଖ୍ୟ ଅତିଥି ରାଧାବଲ୍ଲଭ ମଠ ର ମଠାଧୀଶ ପୂଜ୍ୟବାବା ରାମକୃଷ୍ଣ ଦାସ ମହାରାଜ ଉନ୍ମୋଚିତ କରିଥିଲେ।
ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରାସାଶନିକ ଅଧିକାରୀ ବିନୋଦ ପଣ୍ଡା , ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ, ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର , ଜ୍ୟୋତିର୍ବିଦ ରବିନାରାୟଣ ଖଡିରତ୍ନ , ସମାଜସେବୀ ମନୋଜ ରଥ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ସଭାପତି ଡ଼ଃ ବଳରାମ ଦାଶ, ସମ୍ପାଦକ ଜ୍ୟୋତିର୍ବିଦ ପଣ୍ଡିତ ଦୟାନିଧି ପଣ୍ଡା ,ଶ୍ରୀଜଗନ୍ନାଥ ଙ୍କ ଆଶ୍ରିବାଦ ଭିକ୍ଷା କରି କହିଥିଲେ ଶ୍ରୀ କ୍ଷେତ୍ରାଧିପତି ପଞିକା ଟି ଜନସାଧାରଣ ସୁହାଇ ପାରିଲା ଭଳି ପ୍ରସ୍ତୁତି ହୋଇଛି | ଏ ପଞ୍ଜିକା ଟି ସମସ୍ତ ଙ୍କ ଉପାଦେୟ ହୋଇପାରିବ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ ।

No Result
View All Result