No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଓଡ଼ିଆ ନବବର୍ଷ ରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରେ ଦୁଇ ଜଣ ସୁରକ୍ଷା କର୍ମୀ ବସିଥିବା ଦେଖିବାକୁ ମିଳିଥିଲା | ଯାହା ଭକ୍ତ ମନରେ ଅସନ୍ତୋଷ ଦେଖାଦେଇଛି | ଗତ ଦୁଇ ଦିନ ତଳେ ନୀଳଚକ୍ର ବାନା ଧରି ଚିଲ ଉଡିଯାଉଥିବା ଭିଡିଓ ଭାଇରାଲ ହୋଇଥିଲା | ଆଜି ପୁଣି ବିଲକ୍ଷଣ ଦେଖାଦେଇଛି |

ଓଡ଼ିଆ ନୂଆବର୍ଷ ପାଇଁ ସିଂହଦ୍ୱାର ଗୁମୁଟ କୁ ବିଭିନ୍ନ ଫୁଲ ଦ୍ୱାରା ସଜା ଯାଇଥିଲା | ମାଙ୍କଡ ଦାଉରୁ ରକ୍ଷା କରିବା ପାଇଁ ସୁରକ୍ଷା କର୍ମୀ ଜଗିଥିବା କୁହାଯାଇଛି | ହେଲେ ପତିତପାବନ ଙ୍କ ମନ୍ଦିର ଉପରେ ମଣିଷ ବସିବା ଠିକ ନୁହେଁ ବୋଲି ଭକ୍ତମାନେ କହିଛନ୍ତି | ଏହି ଘଟଣା ଦେଖିବା ପରେ ଚାରିଆଡୁ ପ୍ରତିବାଦ ର ସ୍ୱର ଉଠିଛି |
No Result
View All Result