No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ।ଆଜି ଓଡ଼ିଆ ପକ୍ଷ ପାଳନର ଶେଷ ଦିବସରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଥିଲା ଓଡ଼ିଆ ନବବର୍ଷ।ସେହିପରି ପାଳନ ହୋଇଛି ପୋଷଣ ପକ୍ଷ।ସମସ୍ତେ ସୁସ୍ଥ ଓ ନୀରୋଗ ରହିବାକୁ ପୁଷ୍ଟିକର ଓ ପୌଷ୍ଟିକ ଖାଦ୍ୟ ଖାଇବା ଉଚିତ।ବିଶେଷ କରି ଗର୍ଭବତୀ ମା ଓ ଶିଶୁ ମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ ଯତ୍ନବାନ ହେବାକୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ଅପ୍ରେଲ ୮ରୁ ଆରମ୍ଭ ହୋଇଥିବା ଏହି ପକ୍ଷ ଅପ୍ରେଲ ୨୨ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ ପାଳନ କରାଯାଉଛି ବୋଲି କହିଥିଲେ।ପୋଷଣ ର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ସମସ୍ତଙ୍କୁ ସ୍ବାଗତ କରି ପୋଷଣ ପକ୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଏଥିରେ ଜିଲ୍ଲାର ସମସ୍ତ ପ୍ରୋଗ୍ରାମ ଅଫିସର, ସିଡିପିଓ,ସୁପରଭାଇଜର,ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।
ଜିଲ୍ଲା ସଂସ୍କୃତି ଭବନଠାରେ ହୁଳହୁଳି, ଝୋଟି ଓ ପିଠା ପଣା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗୀ ମା ମାନେ ଏଥିରେ ଅଂଶ ଗ୍ରହଣ କରି ପାରମ୍ପରିକ ଝୋଟି ପକାଇଥିବା ବେଳେ ହୁଳହୁଳି ଓ ପିଠାପଣା ପ୍ରତିଯୋଗିତାରେ ଭାଗ ନେଇଥିଲେ।ଝୋଟି ରେ କୁନି ସୁଥ ପ୍ରଥମ,ପୂର୍ଣ୍ଣିମା ମିଶ୍ର ଦ୍ୱିତୀୟ ଓ ଛବିରାଣୀ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ।
ସେହିପରି ହୁଳହୁଳି ପ୍ରତିଯୋଗିତାରେ ମନୋରମା ବେହେରା ପ୍ରଥମ,ପ୍ରମୋଦିନୀ ମିଶ୍ର ଦ୍ୱିତୀୟ ଓ ସଞ୍ଜୁକ୍ତା ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଥିଲେ।ପିଠାପଣା ପ୍ରତିଯୋଗିତାରେ ପୁରୀ ମୁନିସପାଲ୍ଟିର ସୋନାଲି ଓ ସାଥୀ ପ୍ରଥମ,ପୁରୀ ସଦର ବ୍ଲକର ରାଜଲକ୍ଷ୍ମୀ ଦାସ ଓ ସାଥୀ ଦ୍ୱିତୀୟ ଓ ସତ୍ୟବାଦୀ ବ୍ଲକର ରଶ୍ମି ମିଶ୍ର ଓ ସାଥୀ ତୃତୀୟ ସ୍ଥାନ ହାସଲ କରିଥିଲେ।ପରେ ଅତିଥି ମାନେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।
No Result
View All Result