No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ଉପରେ ଗୋଟିଏ ଚିଲ ଗୋଡ ରେ ବାନା ଧରି ଉଡୁଥିବା ଏକ ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି | ଏହାର ସତ୍ୟତା କୁ ନେଇ ଉଠିଛି ଅନେକ ପ୍ରଶ୍ନ | ବାନା ନେଇ ଚିଲ ନୀଳଚକ୍ର ପାଖରେ ଉଡୁଥିବା ଦୃଶ୍ୟମାନ ହେଉଛି | ଏହି ସମୟରେ କିଏ ଭିଡିଓ କ୍ୟାମେରା ଅନ କରି ରଖିଥିଲା ଯେ ଏମିତି ସବୁ ଦୃଶ୍ୟ ପ୍ରାଞ୍ଜଳ ଦେଖାଇଲା | ବିଜେପି ର ପ୍ରଶିକ୍ଷଣ ଶିବିର ଚାଲୁଥିବାବେଳେ ଦୃଷ୍ଟି ଅନ୍ୟ ଆଡେ ବୁଲାଇବା ପାଇଁ କେହି ଏହା କରିଥାଇପାରେ ବୋଲି ଭକ୍ତ ଅନୁମାନ କରୁଛନ୍ତି |
ଭାଇରାଲ କରି ଅର୍ଥ ଉପାର୍ଜନ ପାଇଁ ଏହା ଯୋଜନାବଦ୍ଧ କୌଶକ ନୁହେଁ ତ ବୋଲି ଭକ୍ତ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି | ନୀଳଚକ୍ର ରୁ ବାନା ଛିଣ୍ଡାଇ ଚିଲ ଏମିତି ଶକ୍ତ ଭାବେ ଧରି ଉଡିବା କେତେଦୂର ସତ୍ୟାସତ୍ୟ ଅଛି ତାକୁ ନେଇ ସହରବାସୀ ଙ୍କ ସନ୍ଦେହ ରହିଛି | ମନ୍ଦିର ସନ୍ଧି ରେ ଯଦି ବାନା ଲାଗିଥିବ ତେବେ ଚିଲ ଖାଦ୍ୟ ଭାବି ନେଇନାହିଁ ତ | ଭିଡିଓ ଟି ଏତେ ସ୍ପଷ୍ଟ ହୋଇଛି ଯେ ତାକୁ କିଏ ଏଡିଟିଂ କରି ଭାଇରାଲ କରି ନାହିଁ ତ ବୋଲି ପ୍ରଶ୍ନ ଉଠୁଛି |
ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କ ରେ କିଛି ଉତ୍ତର ଦେଇନାହିଁ | ଏହା ଏକ ବିରଳ ଘଟଣା ହୋଇଥିବା ବେଳେ ଅଜଣା ଭୟ ଭକ୍ତ ମନକୁ ଘାଣ୍ଟୁଛି | କେହି ଜଣେ ଚିଲ ଗୋଡ଼ରେ ବାନା ବାନ୍ଧି ପଠାଇ ନାହିଁ ତ ବୋଲି ସହରରେ ଚର୍ଚ୍ଚା ହେଉଛି | ସାମାଜିକ ଗଣମାଧ୍ୟମ, ସାଟେଲାଇଟ ଟିଭି, ୱେବ ଚ୍ୟାନେଲ ରେ ଏହା ରୋଚକ ମୋଡ ନେଇଛି | ମହାପ୍ରଭୁ ଙ୍କ ଆଦେଶ ରେ ଗରୁଡ଼ ଏହିବାନା ଲଙ୍କା ରାଜନ ବିଭୀଷଣ ପାଖକୁ ନେଇ ଯାଉଛି ବୋଲି ମତ ପ୍ରକାଶ ପାଉଛି | ନୀଳ ଚକ୍ର ରେ ଚିଲ ବସିବା, ବାନା ଗୋଡ଼ରେ ଧରି ଉଡିବା ଅଶୁଭ ଲକ୍ଷଣ ବୋଲି ଆଲୋଚନା ହେଉଛି |
No Result
View All Result