No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଛକ ବାମ ପାର୍ଶ୍ଵରେ ଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମର୍ଣିଂ ମିଟ ପକ୍ଷରୁ ଓଡ଼ିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଟକ ଅତିରିକ୍ତ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଇଂରେଜ ମାନେ ଜାନୁଆରୀ ପହିଲାକୁ ନୂତନ ବର୍ଷ ଭାବେ ପାଳନ କରୁଥିଲା ବେଳେ ଆମ୍ଭେମାନେ ସେହି ଦିନକୁ ନୂଆ ବର୍ଷ ଭାବେ ଧୁମଧାମରେ ପାଳନ କରୁଛେ ।

ଓଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ଠାରୁ ଓଡିଆ ନବବର୍ଷ ପାଳନ କରାଯାଇଥାଏ । ଆଜିର ଯୁବ ସମାଜ ନିଜ ପରମ୍ପରାକୁ ଭୁଲି ଇଂରାଜୀ ନବବର୍ଷ ପାଳନରେ ଦିନ ବିତାଇଥାନ୍ତି । ପଣା ସଂକ୍ରାନ୍ତି ଠାରୁ ନୂତନ ମାସ ଗଣତି କରାଯାଏ ଵୋଲି କହିଥିଲେ । ଏହି ଉତ୍ସବରେ କଟକ ଯୋନ -୪- ଏ ସି ପି ଅମିତାଭ ମହାପାତ୍ର , କଟକ ସଦର ଥାନା ଆଇଆଇସି ଓମ ପ୍ରକାଶ ମହାନ୍ତି , ପାହାଳ ଥାନା ଆଇଆଇସି ଅଶ୍ୱିନୀ କୁମାର ଜେନା , ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି , ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ସମାଜସବୀ ସ୍ୱାଧୀନ ଚେତା ମହାନ୍ତି ,

ସମାଜସେବୀ ପ୍ରତିଭା ଜେନା , ଯୁବ ସମାଜସେବୀ ସଂଗ୍ରାମ ଜେନା ,ପୂର୍ବତନ କର୍ପୋରେଟର ବଂଶୀଧର ଭୋଳ , ଗଣେଶ ଚନ୍ଦ୍ର ସାହୁ , ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ପୂର୍ବତନ ଜିଲାପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ନିରଞ୍ଜନ ସାହୁ , ସାମ୍ବାଦିକ ପ୍ରତାପ ପିତ୍ର , ଲଳିତ କୁମାର ଦାଶ , ଧିରେନ୍ଦ୍ର କୁମାର ସାହୁ , ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଆ ନବ ବର୍ଷ ସଂପର୍କରେ ମତରଖିବା ସହିତ ପରସ୍ପର ମଧ୍ୟରେ ଭାଇଚାର କୁ ବଜାୟ ରଖଥିଲେ ।

ମର୍ଣ୍ଣି ମିଟ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଓଡିଶା ନବବର୍ଷର ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରାଯାଇ ପାରମ୍ପରିକ ପଣା ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଏହାକୁ ଅନୁଷ୍ଠାନର ସଦସ୍ୟ ସୁଧିର କୁମାର ପଟ୍ଟନାୟକ , ଟିଟନ ସାହୁ , ହେମନ୍ତ କୁମାର ସାହୁ ,ବିନୟ କୁମାର ଜେନା ,ଯୁଗଳ କିଶୋର ସାହୁ ,ଅନିଲ କୁମାର ମହାନ୍ତି , ପ୍ରଦିପ କୁମାର ଦାସ , ଅକ୍ଷୟ କୁମାର ଲେଙ୍କା , ଗିରିଶ ଚନ୍ଦ୍ର ବାରିକ , କରିମ ସା, ପ୍ରମୁଖ ସମସ୍ତ ସଭ୍ୟ ଯୋଗ ଦେଇ ଜନ ସାଧାରଣଙ୍କୁ ଓଡିଆ ନୂତ ନବର୍ଷର ଶୁଭେଚ୍ଛା ଜଣାଇବା ସହିତ ପଣା ପ୍ରଦାନ କରିଥିଲେ ।
No Result
View All Result