No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ମା ହାଡ଼ବାଇଙ୍କ ଯାତ୍ରା ମହୋତ୍ସବର ସୋମବାର ଥିଲା ଦିତୀୟ ଦିବସ ସାସ୍କୃତିକ ସନ୍ଧ୍ୟା । ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ନଛିପୁର ସରସ୍ୱତୀଙ୍କୁ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ବିଭିନ୍ନ ଚିତାର୍କ୍ସ ଲୋକ ନୃତ୍ୟ ମଞ୍ଚରେ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ପରେ ଏକ ସମ୍ବର୍ଦ୍ଧନା ସଭା ନୂଊ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠିତ ହୋଇଥିଲା ।

ଏହି ସମ୍ବର୍ଦ୍ଧନା ସଭାରେ କଟକ ଡିସିପି ଖିଲାରୀ ରିଶିକେଶ ଦ୍ୟାନଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବାରବାଟୀ – କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ , ସମ୍ମାନିତ ଅତିଭାବେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ପୂର୍ବତନ କୌଶିକ ଜେନା , ବାବାଜୀ ମନୋଜ ଦାସ ,ଡାକ୍ତର ହରିଶ ମିଶ୍ର , ସ୍ମିତା ପାଢ଼ୀ , କିଶୋର କୁମାର ଜେନା,ପୋଲିସ ଅଧିକାର ସୁଧାଶୁଂ ଶେଖର ଜେନା, କାଜଲ ପଟ୍ଟନାୟକ , ଫୋକ୍ସ ପ୍ଲସର ସଂପାଦକ ସୁଧାଶୁ ଶେଖର ରାଉତ ଅତିଥି ଭାବେ ଯୋଗଦେଇ ଉଦଵୋଧନ ଦେଇଥିଲେ ।

ନୂଆଗଡ଼ ଗ୍ରାମ୍ୟ ଉନୟନ କମିଟି ପକ୍ଷରୁ ସମସ୍ତ ଅତିଥି ମାନୂ ପୁଷ୍ପଗୁଛ ଉତ୍ତୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମ୍ୟ କମିଟିର ସଭାପତି ,ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନୂଆଗଡ଼ ଗ୍ରାମର ୬ଜଣ ମାଟ୍ରୀକରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ପୁଷ୍ପଗୁଛ ସହିତ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଶେଷରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ରାତି ସାଢେ ୧୧ ଟାରେ ଅପେରା ପରିବେଷଣ କରାଯାଇଥିଲା । ଏଥିରେ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ,ସଭ୍ୟ ଏବଂ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।
No Result
View All Result