No Result
View All Result
ଓଡ଼ଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରଘୁନାଥ ବିଦ୍ୟାପୀଠ ଏବଂ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ର ମାଟ୍ରିକ ୨୦୦୯ ବ୍ୟାଚ୍ ବନ୍ଧୁବାନ୍ଧବୀ ମାନଙ୍କ ଦ୍ଵାରା ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ସେପଟା ବଗିଚା, ବୁଢ଼ାବୁଢ଼ୀଆଣି ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବ ରେ ଉପରୋକ୍ତ ଦୁଇ ବିଦ୍ୟାଳୟ ର ସମସ୍ତ ବନ୍ଧୁବାନ୍ଧବୀ ସେମାନଙ୍କ ପରିବାର ସହିତ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ବନ୍ଧୁବାନ୍ଧବୀ ଉପସ୍ଥିତ ରହି ଉତ୍ସବ ଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକତ୍ରିତ ହୋଇଥିବା ବାଲ୍ୟ ବନ୍ଧୁମାନେ ଅତୀତର ଶିକ୍ଷାର୍ଥୀ ଜୀବନର ସ୍ମୃତି ରୋମନ୍ଥନ କରିବା ଏବଂ ଅତୀତର ସ୍ମୃତି ସବୁ କୁ ମନେପକାଇ ଭାବବିହ୍ବଳ ହୋଇପଡ଼ିଥିଲେ। ଏହା ସହିତ ପୂର୍ବରୁ ସମସ୍ତ ବନ୍ଧୁମାନଙ୍କ ଦ୍ଵାରା ଅନେକ୍ ସମାଜସେବା କାର୍ଯ୍ୟ (ପ୍ରତିବର୍ଷ ଅଭାବୀ/ ଗରିବଙ୍କୁ ସାହାଯ୍ୟ, ବୃଦ୍ଧାଶ୍ରମ ଏବଂ ଅନାଥ ଆଶ୍ରମ ରେ ସମୟ ଅତିବାହିତ ସହିତ ସେମାନଙ୍କ ସୁଖ ଦୁଃଖ ରେ ସାମିଲ ହେବା, ଦୀର୍ଘ ୮ବର୍ଷ ଧରି ଶ୍ରାବଣ ମାସ ରେ କାଉଡିଆ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ଏବଂ ଚିକିତ୍ସା ସେବା ଇତ୍ୟାଦି) ହେଉଥିବା ସତ୍ତ୍ୱେ ଆଗାମୀ ଦିନରେ ବ୍ୟାପକ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ କୁ ହାତକୁ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ସମାଜର ଅବହେଳିତ ତଥା ନିମ୍ନବର୍ଗର ପରିବାରର ମେଧା ପିଲାମାନଙ୍କ ପାଠପଢ଼ା ଦାୟିତ୍ଵ ନେବାପାଇଁ ପ୍ରସ୍ତାବ ଉପସ୍ଥାପନ ହୋଇଥିବା ବେଳେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ସେହିପରି ଆଗାମୀ ଦିନରେ ବ୍ୟାପକ ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ସମସ୍ତ ବନ୍ଧୁମାନେ ଏହାକୁ ସହଯୋଗ କରିବେ ବୋଲି ସହମତ ହୋଇଥିଲେ। ଏହି ବନ୍ଧୁମିଳନ ରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁବାନ୍ଧବୀ ମାନେ ଏବଂ ଛୋଟ ଛୁଆ ମାନଙ୍କୁ ନେଇ ବିଭିନ୍ନ ଖେଳ ଏବଂ ମଜାଳିଆ କାର୍ଯ୍ୟକ୍ରମ ଯଥା; ମିଉଜିକ୍ ଚେୟାର, ନାଚ ଗୀତ, ଅଭିନୟ ସହିତ ଦମ୍ପତୀ ମାନେ ମିଳିତ ରାମ୍ପ୍ ୱାକ୍ ଇତ୍ୟାଦି ଅନୁଷ୍ଠିତ ହୋଇଥଲା।
ଦିବ୍ୟଲୋଚନ ପରିଡ଼ା (ହାପି), ସାରସ୍ଵତ ବିଭୂପଦ ପ୍ରଧାନ (ତପୁ) ଦୁଇ ବନ୍ଧୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ପ୍ରମୁଖ ସହଯୋଗୀ ଭାବେ ସୌରଭ ସାହୁ, ଦେବୀ ଜେନା, ବଳଭଦ୍ର ମଲିକ, ରାଜେଶ ମୁଦୁଲି, ଦିନେଶ୍ ଚୌଧୁରୀ, ଶୁଭଜିତ୍, ତାପସ ମହାନ୍ତି, ଶୁଭମ୍ ନନ୍ଦ, ସଞ୍ଜୟ, ଜନ୍ମେଜୟ ସାହୁ, ଗୌରୀ ଶଙ୍କର, ଜୀବନ୍ ଜ୍ୟୋତି, ଦୀପକ ସ୍ଵାଇଁ, ସୁରଜ ମିଶ୍ର, ସତ୍ୟ ନାରାୟଣ ସାହୁ ଇତ୍ୟାଦି ବନ୍ଧୁମାନେ ଆନନ୍ଦ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଆଗାମୀ ଦିନରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ଅବ୍ୟାହତ ରଖି ଅଧିକ ରୁ ଅଧିକ ବନ୍ଧୁବାନ୍ଧବୀ ମାନଙ୍କୁ ସାମିଲ୍ କରିବାକୁ ସମସ୍ତେ ନିଷ୍ପତି ନେଇଥିଲେ ।
ରିପୋର୍ଟ-ରାମକୃଷ୍ଣ ରଥ, ନୟାଗଡ଼
No Result
View All Result