No Result
View All Result
୩-୦ ଗୋଲରେ ସ୍ପୋର୍ଟ୍ସ ଆସୋସିଏସନ, ଖଣ୍ଡପଡାକୁ ହରାଇ ୟୁଥ ସ୍ପୋର୍ଟ୍ସ ବାଇଗଣିଆ, ଭାପୁର ଚମ୍ପିୟାନ
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଖେଳ ପଡିଆରେ ନୟାଗଡ଼ ଜିଲ୍ଲା ଫୁଟବଲ ଚମ୍ପିୟାନ ସିପ ୨୦୨୫ ସି.ଏମ ଟ୍ରଫି ସୋମବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି |୭ ଦିନ ଧରି ଚାଲିଥିବା ଏହି ୧୫ ବର୍ଷରୁ କମ ବର୍ଗର ଖେଳରେ ଅନୁଷ୍ଠିତ ଫାଇନାଲ ଖେଳରେ ସ୍ପୋର୍ଟ୍ସ ଆସୋସିଏସନ, ଖଣ୍ଡପଡା ସହିତ ୟୁଥ ସ୍ପୋର୍ଟ୍ସ ବାଇଗଣିଆ, ଭାପୁର ପରସ୍ପରକୁ ଭେଟିଥିଲେ |ତେବେ ଏହି ଫାଇନାଲ ଖେଳରେ ୟୁଥ ସ୍ପୋର୍ଟ୍ସସ୍ପୋର୍ଟ୍ସ ଆସୋସିଏସନ ବାଇଗଣିଆ, ଭାପୁର ଦଳ କ୍ରମାଗତ ୩ ଟି ଗୋଲ ସ୍କୋର କରି ଚମ୍ପିୟାନ ହୋଇ ଚମ୍ପିୟାନ ସିଲ ଗ୍ରହଣ କରିଥିବାବେଳେ ସ୍ପୋର୍ଟ୍ସ ଆସୋସିଏସନ, ଖଣ୍ଡପଡା ରନର୍ସ ଅପ ହୋଇ ରନର୍ସ ଅପ କପ ହାସଲ କରିଛନ୍ତି |
ଆଜିର ଖେଳରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥଲେ| ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରିଥିଲେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୌରାଧକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଖେଳକୁ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ, ଜିଲ୍ଲା ଆଥଲେଟିକ ଆସୋସିସନର ସମ୍ପାଦକ ଅଶେଷ କୁମାର ଦାସ, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଆଲୋକ ଦାଶ, ସହ ସମ୍ପାଦକ ବିନାୟକ ପ୍ରସାଦ ରାଓ, ଗନୁ ଦାସ, ରିଟୁ ମହାପାତ୍ର, ନଟ ମହାନ୍ତି ପ୍ରମୁଖ ଆଗେଇ ନେଇଥିଲେ l
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ
No Result
View All Result