No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦେଳୀ ମୁହାଁଣ ନିକଟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ପ୍ରଭାତୀ ୩ ନାମକ ଟ୍ରଲରକୁ ଜବତ କରିଛି ସେଥିରୁ ସାତଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରିଛି । ଜବତ ଟ୍ର ଲରରୁ ୧ ଟି ଭିଏଚଏଫ , ୧ ଟି ଜିପିଏସ ,୧ଟି ଫିସଫାଇଣ୍ଡର,୭ ଟି ଜାଲ, ମାଛ ୩କ୍ୟୁଟାଂଲ ଓ ୧ ଟି ମୋବାଇଲ ଫୋନକୁ ଜବତ କରିଛି ।
ଗିରଫ ମତ୍ସ୍ୟଜିବୀମାନେ ହେଲେ ବୁଦ୍ଧଦେବ ଗିରି (ଡ୍ରାଇଭର), ସୂର୍ଯ୍ୟକାନ୍ତ ଗିରି, ବିଶ୍ୱ ରଂଜନ ମଲ୍ଲିକ, ବାସୁ ଦେବ ବେରା, ମାଧବ ପାଞ୍ଜା, ସୁଦର୍ଶନ ପ୍ରଧାନ, ମହେନ୍ଦ୍ର ଭୂୟାଁ । ଗିରଫ ମତ୍ସ୍ୟଜିବୀମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ପୂର୍ବମେଦିନପୁର ଅଂଚଳର ହୋଇଥିବା ବେଳେ ଅନ୍ୟ ଛଅଜଣ ମତ୍ସ୍ୟଜିବୀ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଂଚଳର । ଗିରଫ ମତ୍ସ୍ୟଜିବୀଙ୍କୁ କେନ୍ଦ୍ରାପଡା ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ସେମାନକ ଜାମିନୀ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
No Result
View All Result