No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍ ) :- ପୁରୀଜିଲ୍ଲା ଓକିଲ ସଂଘ ର ନବନିର୍ବାଚିତ କର୍ମକର୍ତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି l ନିର୍ବାଚନ ମାର୍ଚ୍ଚ ୨୯ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ନୁଆ ସଭାପତି- ପ୍ରେମାନନ୍ଦ ମହାନ୍ତି, ଉପସଭାପତି – ବିଭୂଦତ୍ତ ପଟ୍ଟନାୟକ, ସାଧାରଣ ସଂପାଦକ -ଶରତ କୁମାର ରାୟଗୁରୁ, ଯୁଗ୍ମ ସମ୍ପାଦକ- ଅନିଲ କୁମାର ସାହୁ, ଭାଗବତ ପ୍ରସାଦ ପଟ୍ଟନାୟକ ଓ ସମୀର ଘୋଷ, କାର୍ଯ୍ୟକାରୀ ସଭ୍ଯ ଜ୍ୟୋତିପ୍ରକାଶ ମହାନ୍ତି,
କର୍ଣ୍ଣବୀର ମହାପାତ୍ର, ମନୋରଞ୍ଜନ ସାହୁ, ରାଜେଶ ମହାନ୍ତି, ଓ ତାପସ ରଞ୍ଜନ ବଳିଆରସିଂହ ପ୍ରମୁଖ କାର୍ଯ୍ୟଭାର ଗ୍ରହଣ କରିବାପରେ ଶହ ଶହ ଆଇନଜୀବୀ ସେମାନଙ୍କୁ ସ୍ୱାଗତ କରିଥିଲେ l ପରେ ଜିଲ୍ଲା କୋର୍ଟ ପରିସର ବୁଲିଥିଲେ l କୋର୍ଟ ଉଠିଯିବା ପ୍ରସଙ୍ଗ କୁ ନେଇ ଚାଲିଥିବା ୪୫ ଦିନ ର ସତ୍ୟାଗ୍ରହ ଆନ୍ଦୋଳନ କୁ ଜୋରଦାର କରାଯିବ l ଆସନ୍ତା ୧୯ ତାରିଖ ଦିନ ଏହି ପ୍ରସଙ୍ଗ କୁ ନେଇ ଏକ ବିରାଟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ରାୟଗୁରୁ କହିଛନ୍ତି l
No Result
View All Result