No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍ ) :- ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ତରଫରୁ ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ,ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଯାଇଛି l ଏ ଅବସର ରେ ଧନକଉଡା ବ୍ଲକ ର ବିଡିଓ ଶ୍ରୀଯୁକ୍ତ ଅନିଲ କୁମାର କୁଲୁ ଓ ଶ୍ରୀଯୁକ୍ତ ମହେନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସଚେତନା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l
ଆସନ୍ତା ଏକ ସପ୍ତାହ ଯାଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ ସଚେତନତା ରଥ ବୁଲି ଏହି ସ୍ୱାସ୍ଥ୍ୟ କାର୍ଡ ସମ୍ବଧିୟ ସମସ୍ତ ତଥ୍ୟ ସମ୍ବଳିତ ଅଡିଓ ବାର୍ତା ଓ ପ୍ରଚାର ପତ୍ର ବଣ୍ଟନ କରିବ l ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳ ର ୨୫ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ କମ୍ବୋକିଟ ଓ କାର୍ଡ ବଣ୍ଟନ କରାଯାଇଥିଲା ଏହି ଯୋଜନା ରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାର ର ମହିଳା ସଦସ୍ୟ ଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କା ର ଦେୟ ମୁକ୍ତ ଚିକିତ୍ସା ସେବା ମିଳିବା ,
ସମସ୍ତ ହିତାଧିକାରୀ ଙ୍କୁ ସେମାନଙ୍କର କାର୍ଡ ପର୍ଯ୍ୟାୟ କ୍ରମେ ଯୋଗାଇଦିଆଯିବ ବୋଲି ଡା.ଦିଲୀପ କୁମାର ମୁଦୁଲି (ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ) ପ୍ରକାଶ କରିଥିଲେ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଏକ ହଜାର ରୁ ଉର୍ଧ ଜନସାଧାରଣ ,ଆଶା, ଅଙ୍ଗନବାଡି କର୍ମୀ ଯୋଗଦାନ କରିଥିଲେ l ଜନ ଆରୋଗ୍ୟ ସମିତି ର ସଦସ୍ୟ ଶ୍ରୀଯୁକ୍ତ ହୀରାଲାଲ ବେହେରା କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର ଶ୍ରୀଯୁକ୍ତ ରାମଚନ୍ଦ୍ର ରାଉତ ,ସୁପ୍ରଭାତ ସାହୁ ,ସୁପ୍ରୀତ ନାୟକ ପ୍ରଭୁତି ସହଯୋଗ କରିଥିଲେ l
No Result
View All Result