No Result
View All Result
ଓଡିଶା ରେ କାହାକୁ ରକ୍ତ ଅଭାବ ରେ ମରିବାକୁ ଦେବା ନାହିଁ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍ ) :- ଗ୍ରୀଷ୍ମ ଋତୁରେ ସାଧାରଣତଃ ରକ୍ତ ସଙ୍କଟ ଦେଖିବାକୁ ମିଳିଥାଏ l ସେଥିପାଇଁ ସରକାରୀ ଅନୁଷ୍ଠାନ ଠାରୁ ବେସରକାରୀ ଅନୁଷ୍ଠାନ କ୍ଷେତ୍ରରେ ଅନେକ ପ୍ରୟାସ ହୋଇଥାଏ ରକ୍ତ ସଂଗ୍ରହ କ୍ଷେତ୍ରରେ l ନୂତନ ସରକାର ଙ୍କ ଆଗମନ ପରେ ଓଡିଶା ଅସ୍ମିତା, କଳା ସଂସ୍କୃତି, ପରମ୍ପରା, ଐତିହ ସରବର କୁ ଜାଗ୍ରତ କରିବା ପାଇଁ ଏଵେ ପକ୍ଷ ର ଶୁଭାରମ୍ଭ ହୋଇଛି l ଯେପରି ଏପ୍ରିଲ ଏକ ତାରିଖ ଓଡିଶା ଦିବସ ଠାରୁ 14 ତାରିଖ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ପାଇଁ ଦୈନିକ କିଛ ନା କିଛି ପକ୍ଷ ଅନୁଯାଇ କାର୍ଯ୍ୟକ୍ରମ ପାଳିତ ହେଉଛି l
ଠିକ ସେହିପରି ଓଡିଶା ରେ କାହାକୁ ରକ୍ତ ଅଭାବ ରେ କାହାକୁ ମରିବାକୁ ଦିଆଯିବ ନାହିଁ l ସେଥିପାଇଁ ଆଜି ତା ୧୧.୦୪.୨୦୨୫ ତାରିଖ ଶୁକ୍ରବାର ଦିନ ଗୋପ କଲେଜ ପ୍ରାଙ୍ଗଣରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋପ କଲେଜର ଯୁବ ରେର୍ଡ କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆୟୋଜନରେ ମୋଟ ୧୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ବ୍ଲର୍ଡ ବ୍ୟାଙ୍କର ମୁଖ୍ୟ ଅଧିକାରୀ ଡ଼ା ଦେବାଶିଷ ମିଶ୍ର ଓ କ୍ୟାମ୍ପ ସଂଯୋଜକ ସାରଦାକାନ୍ତ ଚୌଧୁରୀ ରକ୍ତଦାନ କରିବାର ମହତ୍ତ୍ଵ ସମ୍ପର୍କରେ ରକ୍ତଦାତା ମାନଙ୍କୁ ବୁଝାଇବା ସହିତ ଆପଣଙ୍କ ରକ୍ତଦାନ ଦ୍ଵାରା ଅତିକମରେ ୪ଟି ଜୀବନ ବଞ୍ଚାଇବା ଓ ରକ୍ତ ଭଣ୍ଡାର ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ରକ୍ତ ଜନିତ ଅଭାବ ପୂରଣ କରିବାରେ ସହାୟକ ହେଵ ବୋଲି ଉପସ୍ଥିତ ରକ୍ତଦାତା ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏହି ଶିବିରକୁ ଗୋପ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ଉଦ୍ଘାଟନ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

No Result
View All Result