• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛେନାପୋଡ଼ ଦିବସ : ଓଡ଼ିଆ ମିଷ୍ଟାନ୍ନ ପରିବାରର ତରୁଣ ସଦସ୍ୟ

Proprietor Abhimanyu Maharana by Proprietor Abhimanyu Maharana
April 12, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଛେନାପୋଡ଼ ଦିବସ : ଓଡ଼ିଆ ମିଷ୍ଟାନ୍ନ ପରିବାରର ତରୁଣ ସଦସ୍ୟ
Share on FacebookShare on TwitterWhatsapp

୧୭ ବର୍ଷ ବୟସରେ ନୟାଗଡ଼ର ଦଶପଲ୍ଲା ବଜାରରେ ସେ ଏକ ଛୋଟ ଜଳଖିଆ ଦୋକାନ ଆରମ୍ଭ କରିଥିଲେ ଯାହା ପରେ ନୟାଗଡ଼କୁ ସ୍ଥାନାନ୍ତରିତ ହୋଇଥିଲା ।

୨୦୧୬ ନଭେମ୍ବର ୨୩ ତାରିଖରେ ଇହଧାମ ତ୍ୟାଗ କରିଥିବା ସୁଦର୍ଶନ ସାହୁଙ୍କ ସ୍ମୃତିରେ ଆରମ୍ଭ ହୋଇଛି ଛେନାପୋଡ଼ ଦିବସ ।

ଖାଦ୍ୟପ୍ରେମୀ ବିଜୁ ପଟ୍ଟନାୟକ ସୁଦର୍ଶନଙ୍କ ଛେନାପୋଡ଼ ଖାଇବାର ଲୋଭ ସମ୍ବରଣ କରିପାରୁ ନ ଥିଲେ ।

ଲେଖକ ପ୍ରୟାଗ ମିଶ୍ର :- ଛେନାପୋଡ଼ ର ଇତିହାସ

ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼  :- ମିଠା କଥା ପଡ଼ିଲେ ଉତ୍ତରକୁ ଆଉ ପିଠା କଥା ପଡ଼ିଲେ ଦକ୍ଷିଣକୁ ଅନାଉଥିବା ଖାଦ୍ୟ ରସିକମାନେ ସମ୍ଭବତଃ ଜାଣନ୍ତିନାହିଁ ଯେ ଶହଶହ ବର୍ଷ ଧରି ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମଣୋହିରେ ଶହେ ପ୍ରକାର ପିଠା ଆଉ ମିଠା ଖାଇ ଆସୁଛନ୍ତି । ଆମ ପରମ୍ପରା ସହ ମିଠା ଆଉ ପିଠାର ସମ୍ପର୍କ କାହିଁ କେତେ କାଳର । ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥଙ୍କ ମାଉସୀ ମାଆ ସ୍ବହସ୍ତରେ ପୋଡପିଠା ତିଆରି କରିଥାନ୍ଥି ପୁତୁରା ଓ ଝିଆରୀ ମାନଙ୍କ ପାଇଁ । ଆମର ପ୍ରତିଟି ପର୍ବପର୍ବାଣି ଭିନ୍ନ ଭିନ୍ନ ମିଠା ଆଉ ପିଠା ସହ ସଂପୃକ୍ତ ।

ତେବେ ଛେନାପୋଡ଼ କୌଣସି ପର୍ବପର୍ବାଣି ସହ ଆଦୌ ଜଡ଼ିତ ନୁହେଁ । ଏହାର ପ୍ରସ୍ତୁତି ଶୈଳୀରୁ ଏହା ଏକ ପିଠା ଭଳି ଜଣାପଡ଼ୁଥିବା ବେଳେ ସ୍ବାଦ ଦୃଷ୍ଟିରୁ ଏହା ମିଠା ତାଲିକାରେ ବି ଶୋଭାପାଏ। ସବୁଠୁ ତରୁଣ ମିଠା ‘ଛେନାପୋଡ଼’ ପାଇଁ ଆମ ପାଞ୍ଜିରେ ସିନା ତିଥିଟିଏ ନାହିଁ, କିନ୍ତୁ ଉତ୍ସାହୀ ଖାଦ୍ୟ ରସିକ ଏହା ପାଇଁ ତାରିଖଟିଏ ଧାର୍ଯ୍ୟ କରିଛନ୍ତି । ଚଳିତ ବର୍ଷ ଠାରୁ ଏପ୍ରିଲ ୧୧ ତାରିଖକୁ ‘ଛେନାପୋଡ଼ ଦିବସ’ ଭାବେ ପାଳନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଉତ୍ସାହ ଓ ଆବେଗର ସୂତ୍ରପାତ ଘଟିଛି ।

ଛେନାପୋଡ଼ ପ୍ରଥମେ କେଉଁ ତାରିଖରେ ତିଆରି ହୋଇଥିଲା ସେ ନେଇ କାହା ପାଖରେ କିଛି ତଥ୍ୟ ନାହିଁ । ତେବେ ଏହାର ସ୍ରଷ୍ଟା ଭାବେ ପରିଚିତ ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ମିଷ୍ଟାନ୍ନ ବ୍ୟବସାୟୀ ସୁଦର୍ଶନ ସାହୁଙ୍କର ଜନ୍ମ ହୋଇଥିଲା ୧୯୩୦ ମସିହା ଏପ୍ରିଲ ୧୧ ତାରିଖରେ । ମାତ୍ର ୧୭ ବର୍ଷ ବୟସରେ ନୟାଗଡ଼ର ଦଶପଲ୍ଲା ବଜାରରେ ସେ ଏକ ଛୋଟ ଜଳଖିଆ ଦୋକାନ ଆରମ୍ଭ କରିଥିଲେ ଯାହା ପରେ ନୟାଗଡ଼କୁ ସ୍ଥାନାନ୍ତରିତ ହୋଇଥିଲା । ନିଜ ଦୋକାନରେ ଅଜାଣତରେ ବେଶ୍‌ ଆକସ୍ମିକ ଭାବେ ସେ ଛେନାପୋଡ଼ର ଉଦ୍ଭାବନ କରିଥିଲେ । ଦିନେ ମିଠା ପାଇଁ ବ୍ୟବହୃତ ହେବାକୁ ଥିବା କିଛି ବଳକା ଛେନା ନଷ୍ଟ ନ ହେବା ପାଇଁ ସେ ଗୁଡ଼ ଗୋଳାଇ ଚୁଲି ଉପରେ ରଖି ଦେଇଥିଲେ । ମୂଷା, ଅସରପା ଆଦିଙ୍କ ହାବୁଡ଼ରୁ ରକ୍ଷା କରିବା ପାଇଁ । ଏହି ଛେନାକୁ ଶାଳପତ୍ରରେ ଗୁଡ଼ାଇ ପାତ୍ର ଭିତରେ ରଖି ଢାଙ୍କୁଣି ଘୋଡ଼ାଇ ଦେଇଥିଲେ ଓ ଉପରେ ଅଧାଜଳା କାଠଖଣ୍ଡେ ଥୋଇ ଦେଇଥିଲେ ।

ପରଦିନ ସକାଳେ ଆସି ଦୋକାନ ଖୋଲିବା ବେଳକୁ ସୁଦର୍ଶନ ଦେଖନ୍ତି- ତଳୁ ଚୁଲି ପାଉଁଶ ନିଆଁ ଓ ଉପରୁ ତତଲା ଢାଙ୍କୁଣିର ଚାପରେ ଗୁଡ଼ଗୋଳା ଛେନାତକ ଦରପୋଡ଼ା ହୋଇଯାଇଛି । ଛେନାତକ ନଷ୍ଟ ହେଲା ଭାବି ସେ ଫିଙ୍ଗିଦେବା ଆଗରୁ ଖଣ୍ଡେ ଆଣି ପାଟିରେ ଦେଇ ଦେଖନ୍ତି ତ ବେଶ୍‌ ସୁଆଦିଆ ଲାଗୁଛି । ଛେନାରୁ ଆକସ୍ମିକ ଭାବେ ପ୍ରସ୍ତୁତ ଏ ମିଠା ପ୍ରତି ସୁଦର୍ଶନଙ୍କ ଆଗ୍ରହ ବଢ଼ିଲା ଓ ସେ ପରଦିନ ଉପରେ ଓ ତଳେ ରଡ଼ନିଆଁ ଦେଇ ପୁଣି ଘରକୁ ଚାଲିଗଲେ । ଏଥର ଆସିବାବେଳକୁ ଛେନାପୋଡ଼ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇ ରହିଥିଲା । ବାରମ୍ବାର ପରୀକ୍ଷାନିରୀକ୍ଷା ପରେ ଶେଷରେ ନିଜର ଗ୍ରାହକଙ୍କ ପାଇଁ ପୋଡ଼ା ଛେନାର ଏ ନୂଆ ଦରବଟି ପରଶିଦେଲେ ସୁଦର୍ଶନ। ଗୁଡ଼ ବଦଳରେ ସେ ଏଥିରେ ଚିନି ବ୍ୟବହାର କଲେ । ଛେନାଗଜା, ରସଗୋଲା ଆଦି ମିଠା ଖାଇବାରେ ପୂର୍ବରୁ ଅଭ୍ୟସ୍ତ ଓଡ଼ିଆଙ୍କର ଏ ମିଠା ପ୍ରତି ଆଗ୍ରହ ବଢ଼ିଲା ।

ନୟାଗଡ଼ର ସୀମା ଡେଇଁ ଏ ମିଠା ଦେଶ ଓ ବିଦେଶରେ ପହଞ୍ଚିଲା । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓଡ଼ିଶା ଗସ୍ତ ସମୟରେ ଏ ମିଠା ଖାଇ ଏହାର ପ୍ରଶଂସାରେ ଶତମୁଖ ହୋଇଥିଲେ । ନୟାଗଡ଼ ଆସିଲେ ଅଥବା ସେଇବାଟ ଦେଇ ଯିବାବେଳେ ଖାଦ୍ୟପ୍ରେମୀ ବିଜୁ ପଟ୍ଟନାୟକ ସୁଦର୍ଶନଙ୍କ ଛେନାପୋଡ଼ ଖାଇବାର ଲୋଭ ସମ୍ବରଣ କରିପାରୁ ନ ଥିଲେ । ଗୋଟିଏ ଖିଆଲରୁ ଜନ୍ମ ନେଇଥିବା ଏ ମିଠା ଯେ ଖୁବ୍ କମ୍‌ ସମୟ ମଧ୍ୟରେ ଏତେ ସୁଆଦିଆ ଓ ଲୋକପ୍ରିୟ ହୋଇପାରେ, ଏହା ସୁଦର୍ଶନ ସାହୁ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ । ଆଜି ଓଡ଼ିଶା ବାହାରେ ଓଡ଼ିଆ ଖାଦ୍ୟ ପରଶା ଯିବାବେଳେ ରାନ୍ଧୁଣିଆ ଛେନାପୋଡ଼ ତିଆରି କରିବାକୁ ଆଦୌ ଭୁଲନ୍ତିନାହିଁ । ଭାରତ ବାହାରେ ବିଭିନ୍ନ ଖାଦ୍ୟ ପ୍ରଦର୍ଶନୀରେ ମଧ୍ୟ ଭାରତୀୟ ଖାଦ୍ୟଙ୍କ ଭିଡ଼ ଭିତରେ ସଦର୍ପେ ନିଜର ଭିନ୍ନତା ପ୍ରତିପାଦିତ କରିପାରିଛି ଛେନାପୋଡ଼ । ନୟାଗଡ଼ର ଏ ତରୁଣ ମିଠାଟି ଓଡ଼ିଶାର ମିଠା ଓ ପିଠା ପରମ୍ପରାକୁ ଏକ ନୂଆ ପରିଚୟ ଦେଇଛି ।

ଓଡ଼ିଆ ଜାତି ଖାଦ୍ୟ ପ୍ରତି ନିଜର ଦୁର୍ବଳତା ପାଇଁ ବେଶ୍‌ ଜଣାଶୁଣା । ଏ ଜାତିର ଦେବତା ଷାଠିଏ ପଉଟି ଆହାର କରନ୍ତି; ପୋଡ଼ ପିଠା ଟିକେ ପେଟକୁ ନ ଗଲେ ତାଙ୍କର ରଥ ଚକ ଗଡ଼େନାହିଁ, ସୁଆଦିଆ ପଣା ହାଣ୍ଡିଏ ଅଧର ନ ଛୁଇଁଲା ଯାଏଁ ସିଏ ଦେଉଳବିଜେକୁ ମନ ବଳାନ୍ତିନାହିଁ, ଅଭିମାନୀ ପତ୍ନୀଙ୍କ ମନ ଜିଣିବାକୁ ସେ ରସଗୋଲା ଧରି ଉଭାହୁଅନ୍ତି, ଚିତାଲାଗି ଅମାବାସ୍ୟାରେ ଚିତଉ ପିଠାଟିଏ ଖାଇବାକୁ ସେ ଟାକି ବସିଥାଆନ୍ତି । ଏମିତି ଜଣେ ଭୋଗ-ସରାଗିଆ ଠାକୁରଙ୍କୁ ମୁଣ୍ଡରେ ବସାଇଥିବା ଓଡ଼ିଆ ଜାତି ପିଠା ଆଉ ମିଠା ଖାଇବା ପାଇଁ ନାନାଦି ବାହାନାର ଭିଆଣ କରିଛି ।


ସେ ଭିଆଣରେ ଆଜି ଛେନାପୋଡ଼ ଯୋଡ଼ି ହୋଇଛି । ୨୦୧୬ ନଭେମ୍ବର ୨୩ ତାରିଖରେ ଇହଧାମ ତ୍ୟାଗ କରିଥିବା ସୁଦର୍ଶନ ସାହୁଙ୍କ ସ୍ମୃତିରେ ଆରମ୍ଭ ହୋଇଛି ଛେନାପୋଡ଼ ଦିବସ । ଶ୍ରୀମନ୍ଦିରରେ ଲାଗି ହେଉଥିବା ଖଜାକୁ ବିହାର ଓ ରସଗୋଲାକୁ ବଙ୍ଗଳା ନିଜର ବୋଲି ଦାବି କରୁଥିବାବେଳେ ଛେନାପୋଡ଼ର ଭିନ୍ନ ଦାବିଦାର ଏଯାଏଁ ଆବିର୍ଭୂତ ହୋଇନାହାନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version