No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍ ) :- ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଚଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ନୟାଗଡ଼ର ଅନ୍ତେବାସୀଙ୍କ ମଧ୍ୟରୁ ନବନିଯୁକ୍ତ ପାରାଲିଗାଲ ଭଲେଣ୍ଟିଅର ଦୁଇଜଣଙ୍କୁ ନେଇ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଆଇନ୍ ସଚେତନତା କର୍ମୀ (ଅଧିକାର ମିତ୍ର) ପ୍ରଫୁଲ୍ଲ କୁମାର ବେହେରା ତାଲିମ୍ ପ୍ରଦାନ କଲାବେଳେ କହିଥିଲେ ପାରାଲିଗାଲ ଭଲେଣ୍ଟିଅର କାହାକୁ କହନ୍ତି, ଏମାନଙ୍କର ଭୁମିକା ଓ କର୍ତ୍ତବ୍ୟ କ\’ଣ, ଏମାନେ କିପରି ସମାଜର ଅବହେଳିତ ଜନସାଧାରଣ ଏବଂ ଆଇନ୍ ସେବା ପ୍ରାଧିକରଣ ସହିତ ସମନ୍ୱୟ ରଖି କାର୍ଯ୍ୟକରିବେ,
ଅନ୍ୟତମ ତାଲିମ୍ଦାତା ଆଇନ୍ଜୀବୀ କାମାକ୍ଷାପ୍ରସାଦ ଦାସ ଅପରାଧିମାନଙ୍କର ଅଧିକାର ତଥା ଗିରଫ, ଯାମିନ୍ ଏବଂ ଶ୍ରମିକ ନିୟମାବଳୀ ଉପାରେ ତାଲିମ୍ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଇନ୍ଜୀବୀ ରମେଶଚନ୍ଦ୍ର ମହାରଣା ମହିଳା ଘରୋଇ ହିଂସା ଆଇନ୍ ୨୦୦୫, ମୌଳିକ ଫୌଜଦାରି ଆଇନ୍ ଏବଂ ମହିଳା ସମ୍ବନ୍ଧିୟ ଆଇନ୍ଗତ ବିଧାନ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରିଥିଲେ । ଉପ ଅଧିକ୍ଷକ ଅଜିତ୍ ବେହେରା ଏବଂ ସହ ଉପ ଅଧିକ୍ଷକ ମିନକେତନ ମଲ୍ଲିକ, ଜିଲ୍ଲା କାରାଗାର ନୟାଗଡ଼ ଉପସ୍ଥିତ ଥିଲେ ।

No Result
View All Result