• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରଦାନ କଲେ ସାଂସଦ ଅପରାଜିତା

Proprietor Abhimanyu Maharana by Proprietor Abhimanyu Maharana
April 10, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରଦାନ କଲେ ସାଂସଦ ଅପରାଜିତା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍ ) :- ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରଦାନ କଲେ ସାଂସଦ ଅପରାଜିତା । ପଦକ୍ଷେପକୁ ଖୁବ୍ ପ୍ରଶଂସା କଲେ ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀ । ଆଗକୁ ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ନମ୍ୱର ସହର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଥିବା କହିଲେ ସାଂସଦ । କେବଳ କଥାରେ ନୁହେଁ, ଦେଇଥିବା କଥାକୁ କାମରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ନିର୍ବାଚନ ପ୍ରଚାର ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ବାସ୍ତବତାର ରୂପ ଦେବାରେ ଲାଗିଛନ୍ତି ଅପରାଜିତା । ଯାହାର ସବିଶେଷ ତଥ୍ୟକୁ ଭୋଟରଙ୍କ ସାମ୍ନାରେ ରଖିଛନ୍ତି ସେ ।

ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜିବୀଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିକାଶ କାର୍ଯ୍ୟ ନାମକ ଏକ ବୁକଲେଟ୍ ବାଣ୍ଟିଛନ୍ତି ଅପରାଜିତା । ଯେଉଁଥିରେ ଗତ ୬ ମାସ ମଧ୍ୟରେ ସାଂସଦ ହିସାବରେ ଲୋକଙ୍କ ଲାଗି କଣ କଣ ବିକାଶ ମୂଳକ ପଦକ୍ଷେପ ନେଇଛନ୍ତି ତାର ଏକ ଲମ୍ୱା ତାଲିକା ପ୍ରଦାନ କରିଛନ୍ତି । ୧୮ ପେଜ୍ ବିଶିଷ୍ଟ ଏହି ବୁକଲେଟରେ ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ନିର୍ବାଚନ ମଣ୍ଡଳୀଓ୍ୱାରି ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟର ତଥ୍ୟ ରଖାଯାଇଛି । ମୋଟ ଶହେ ଜଣଙ୍କୁ ଏହି ବୁକ୍ ଲେଟ୍ ପ୍ରଦାନ କରାଯାଇଛି ।

ଯେଉଁଥିରେ ସହିଦ ନଗରଠାରେ ସ୍ଥାୟୀ ହାଟଠୁ ଆରମ୍ଭ କରି ସତସଙ୍ଗ ବିହାର ନିକଟରେ ଫୁଟ୍ ଓଭରବ୍ରିଜ୍, ନୟାପଲ୍ଲୀ କମ୍ୟୁନିଟି ପାର୍କ ନିର୍ମାଣ ଲାଗି ଜମି ପ୍ରଦାନ, ଅତ୍ୟାଧିୁନିକ ଫିସ୍ ମାର୍କେଟ୍ ଓ ମଣ୍ଡି ଲାଗି ଜମି ପ୍ରଦାନ ସହ କାର୍ଯ୍ୟ ଆରମ୍ଭ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସଂସ୍କୃତି ହଲ୍ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ, ଖୋର୍ଦ୍ଧା ଟାଉନ ବାଇପାସ୍, ଜଟଣୀରେ କ୍ୟାନ୍ସର ହସପିଟାଲ ସ୍ଥାପନ ଭଳି ଉନ୍ନତି ମୂଳକ ପଦକ୍ଷେପମାନଙ୍କର ସବିଶେଷ ତଥ୍ୟ ରହିଛି । ସେହିଭଳି ବାଲିଅନ୍ତା ଯଶୁଆପୁରରେ ହେଲ୍ଥ-ସବ୍-ସେଣ୍ଟର ଉଦଘାଟନ ହେଉ କି ବାଲିଅନ୍ତା ବ୍ଲକର ଜଗନ୍ନାଥପୁର ପଞ୍ଚାୟତରେ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ସିଲେଇ ଶିଳ୍ପ ସମ୍ପର୍କରେ ମଧ୍ୟ ତଥ୍ୟ ରଖିଛନ୍ତି ଅପରାଜିତା ।

ଏହି ଶିଳ୍ପ ଦ୍ୱାରା ୧୦ ହଜାର ପୁରୁଷ ଏବଂ ମହିଳାଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସେହିଭଳି ବ୍ରହ୍ମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର ଭଳି ବିଭିନ୍ନ ମନ୍ଦିରର ଉନ୍ନତିକରଣ ହେଉ କି ତରାବୋଇ ରେଳ ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ, ତିନୋଟି ସୌର ଚାଳିତ ଶୀତଳ ଭଣ୍ଡାରର ଉଦଘାଟନ, ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ, ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ କରିବା, ଜଟଣୀରେ ରେଳ ଓଭରବ୍ରିଜ୍ ନିର୍ମାଣର ତଥ୍ୟ ମଧ୍ୟ ଜନସାଧାରଣଙ୍କୁ ପ୍ରଦାନ କରିଛନ୍ତି । ସେହିଭଳି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୭୫୦୦ରୁ ଉର୍ଦ୍ଧ୍ୱ ସିଙ୍ଗଲ ସୋଲାର ଲାଇଟ୍ ଲଗାଇବା ସହ ୧୫୩ଟି ହାଇମାଷ୍ଟ ସୋଲାର ଲାଇଟ୍ ଏବଂ ୨୦ଟି ମିନି ମାଷ୍ଟ ସୋଲାର ଲାଇଟ୍ ଲଗାଇଥିବା ମଧ୍ୟ ଦର୍ଶାଇଛନ୍ତି ଅପରାଜିତା ।

ଖାଲି ଏତିକି ନୁହେଁ ଅପରାଜିତାଙ୍କ ଅନୁରୋଧରେ ବିଏମସି ପକ୍ଷରୁ ୧୬୦ଟି ଭିନ୍ନ ଭିନ୍ନ ପ୍ରକଳ୍ପ ଲାଗି ଡକାଯାଇଥିବା ଟେଣ୍ଡରର ସବିଶେଷ ତଥ୍ୟ ମଧ୍ୟ ଏହି ବୁକଲେଟରେ ସ୍ଥାନ ପାଇଛି । ଏହି ପ୍ରୟାସ ଦ୍ୱାରା ସାଧାରଣ ଲୋକ ମଧ୍ୟ ସାଂସଦଙ୍କର ଉନ୍ନତିମୂଳକ ପଦକ୍ଷେପ ସମ୍ୱନ୍ଧରେ ସବୁ ପ୍ରକାରର ତଥ୍ୟ ପାଇପାରୁଛନ୍ତି । ଆଉ ଆଗକୁ ଏସବୁ ପ୍ରକଳ୍ପ କିମ୍ୱା କାର୍ଯ୍ୟରେ କିଛି ବି ବ୍ୟତିକ୍ରମ ଦେଖିଲେ ବିଭାଗୀୟ ଅଧିକାରୀ କିମ୍ୱା ସାଂସଦଙ୍କୁ ଅଭିଯୋଗ ମଧ୍ୟ କରିପାରିବେ ।

ଅନ୍ୟପଟେ ଆାଗାମୀ ଦିନରେ ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ନମ୍ୱର ସହର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଗକୁ ପ୍ରତି ୬ ମାସରେ ଏହିଭଳି ନିର୍ବାଚନ ମଣ୍ଡଳୀଓ୍ୱାରି ବିକାଶ ମୂଳକ କାର୍ଯ୍ୟର ଲିଷ୍ଟ ସବୁ ପ୍ରଦାନ କରିବେ ବୋଲି କହିଛନ୍ତି ସେ । ଆଉ ସାଂସଦକଙ୍କର ଏଭଳି କାର୍ଯ୍ୟକୁ ବେଶ୍ ନିଆରା ପଦକ୍ଷେପ ବୋଲି ଅଭିହିତ କରିବା ସହ ଖୁବ୍ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version