No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ୧୬ ନମ୍ବର ଜାତୀୟ ରାଜପଥର ସିଏମସି ୫୮ ନମ୍ବର ୱ।ର୍ଡ଼ କଟକ ସଦର ଥାନା ନିକଟରେ ବୁଧବାର ଦିନ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଧାକୁଲେଇ ପ୍ରଖଣ୍ଡ କଟକ ପକ୍ଷରୁ ଲିଙ୍ଗରାଜ ମହାନ୍ତିଙ୍କ ସ୍ମୃତିରେ ଜଳସେବା କେନ୍ଦ୍ର ଉଦଘାଟିତ ହୋଇଥିଲା । ଏହି ଜଳସେବା କେନ୍ଦ୍ରକୁ ବିଶ୍ୱହିନ୍ଦୁ ପରିଷଦ କଟକ ନଗର ସଭାପତି ବାସୁଦେବ ବେହେରା ଉଦଘାଟନ କରିଥିଲେ ।

ଦିନକୁ ଦିନ ଖରା ଟାଣ ହେଉଥିବାରୁ ଜାତୀୟ ରାଜପଥରେ ଯାଉଥିବା ପଥ ଚାରୀଙ୍କ ତୃଷ୍ଣା ନିବାରଣ ପାଇଁ ମିଟନ ମହାନ୍ତି ଓ ପୁନମ ମହାନ୍ତିଙ୍କ ପକ୍ଷରୁ ଆୟୋଜିତ ଜଳସେବା ଉଦଘାଟନ କାର୍ଯ୍ୟକ୍ରମରେ ଓଡିଶା ପ୍ରାନ୍ତ ଗୋ ସୁରକ୍ଷା ପ୍ରମୁଖ ପବିତ୍ର ମୋହନ ଦାସ ,

ଧାକୁଲେଇ ପ୍ରଖଣ୍ଡର ଉପ ସଭାପତି ନଳିନ ସେନାପତି, ଅଶୋକ କୁମାର ସାହୁ , ଚନ୍ଦନ ବେହେରା ,ଚିଣ୍ଟୁ ଦଳାଇ , ପ୍ରତାପ ସାହୁ, ସରୋଜ ବେହେରା,ଦୟାମୟ ମହାନ୍ତି , ନିହାରିକା ମହାନ୍ତି ,ବିଦୁସ୍ମିତା ପଟ୍ଟନାୟକ , ଡାହାଳିଆବାଗ ଗ୍ରାମ୍ୟ କମିଟିର ସଭାପତି ରବିନ୍ଦ୍ର ସ୍ୱାଇଁ ,ଅଶୋକ ମହାନ୍ତି , ବିମଳେନ୍ଦୁ ପଟ୍ଟନାୟକ ,

ଅନିତା ବେହେରା, ଅନଦା ମହାନ୍ତି, ମାନସୀ ମହାନ୍ତି , ସରୋଜ ବେହେରା , ପ୍ରତାପ ସାହୁ ,ମହେନ୍ଦ୍ର ପଟ୍ଟନାୟକ , ମନୋଜ ବେହେରା , ଦିପ୍ତିରଞ୍ଜନ ଜେନା, ବିଜୁ ବେହେରା, ତପନ ମହାନ୍ତି , ପ୍ରସନ୍ନ ପ୍ରଧାନ ,ବାଦଲ ମହାନ୍ତି ,

ବର୍ଷା ଦାସ ,ଅରିନ୍ଦମ ମହାନ୍ତି, ସଞ୍ଜୟ ସିଂ, ରିତୁ ବେହେରା ,ପୂଜା ଭୋଇ ,ମିନା ଭୋଇ , ରାନୀ ଭୋଇ , ଜିତ୍ ମହାନ୍ତି , ଗୁନା ମହାନ୍ତି ,ଟୁବୁଲା ପାଣି , ବିଷ୍ଣୁ କାର୍ଦିଙ୍କ ସମେତ ଡାହାଳିଆବାଗ ଗ୍ରାମର ସମସ୍ତ ଯୁବକ ,ବୟଜ୍ୟେଷ୍ଠ ବ୍ୟକ୍ତି ,

ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ବହୁ ସଦସ୍ୟ ଯୋଗ ଦେଇ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀ ମାନଙ୍କୁ ଦହିପଣା , ଥଣ୍ଡା ପାଣି ବିତରଣ କରିଥିଲେ । ଏହି କାର୍ଯ୍ୟ ତିନିମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାଲିବ ବୋଲି ଅନୁଷ୍ଠାନର ମୁଖ୍ୟ ମହିଳା ସମାଜସେବୀ ପୁନମ ମହାନ୍ତି କହିଛନ୍ତି ।
No Result
View All Result