No Result
View All Result
ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଶଳ କୁମାର ନାୟକ ଓ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ସୋରେନ ଏହି ଶିବିର କୁ ଉଦଘାଟନ କରିଥିଲେ ।ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ. ନୃସିଂହାନନ୍ଦ ମହାପାତ୍ର ଓ ଉକ୍ତ ଅନୁଷ୍ଠାନର ସଭାପତି ରାମକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ସଫଳ ହୋଇ ପାରିଛି । ଏହି ରକ୍ତ ଦାନ ଶିବିରରେ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ସୋରେନ, ସେକସନ ଅଫିସର ଶ୍ରୀମତୀ ସ୍ମରଣିକା ବାରିକ ଓ ବହୁ ତାଲିମ ଓ ସହତାଲିମ ପ୍ରାପ୍ତ ଅଧିକାରୀ ସହଯୋଗ ର ହାତ ବଢ଼ାଇ ଥିଲେ ଓ ଶିଳ୍ପ ତାଲିମ ଅନୁଷ୍ଠାନର ବହୁ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ । ଉକ୍ତ ରକ୍ତ ଦାନ ଶିବିରରେ ୫୫ ୟୁନିଟ ରକ୍ତ ସଂଗୃହିତ ହୋଇପାରିଛି ଏହା ବ୍ୟତୀତ ଜିଲ୍ଲା ଚିକତ୍ସା ବିଭାଗର କର୍ମଚାରିମାନେ ଉକ୍ତ କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ ।
ଏହି ରକ୍ତ ଦାନ ଶିବିର ରେ ଫୁଲବାଣୀ ରକ୍ତ ଦାନ ଅଧିକାରୀ ଡ଼ାଃ. ଜୟଧିଶ ଘୋଷ ଓ ଫୁଲବାଣୀ ରକ୍ତ ଦାନ ସମିତି ର ସମ୍ପାଦକ ତଥା ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ରକ୍ତ ଭଣ୍ଡାରର କର୍ମଚାରୀ,ପ୍ରଶାନ୍ତ କୁମାର ରତ୍ନାଲୁ ,ଅର୍ଚ୍ଚନା ପ୍ରଧାନ, ବରୁଣ ବେହେରା ,ରଶ୍ମିତା ନାୟକ, ରକ୍ତ ଦାନ ସମିତି ର ସଦସ୍ୟ,ମନୋଜ କୁମାର ଚୌଧରୀ ,ଲେଖକ ସାମୁଖ୍ୟ ଫୁଲବାଣୀ ତରଫରୁ ସଭାପତି ରବୀନ୍ଦ୍ର ନାଥ ମିଶ୍ର, ସମ୍ପାଦକ,ପ୍ରସନ୍ନ କୁମାର ପଣ୍ଡା,ନବୀନ କିଶୋରେ ପଣ୍ଡା ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷୟକ ମହାସଂଘ ସଭାପତି ,ନବ କିଶୋରେ ରଥ ସହ ଯୋଗ ଦେଇଥିଲେ ।
ଉକ୍ତ ରକ୍ତ ଦାନ ଶିବିରରେ କମଳା ସାହିତ୍ୟ ପ୍ରକାଶିନୀ ର କୋଷାଦ୍ଧକ୍ୟା ଓ ସମ୍ପାଦକ ମନୋଜ କୁମାର ଖାଡ଼ଙ୍ଗା ସମସ୍ତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ, ଏବଂ ଶିଳ୍ପ ତାଲିମ ଅନୁଷ୍ଠାନ ର ପ୍ରଶାନ୍ତ କୁମାର ମିଶ୍ର ସର୍ଵ ପ୍ରଥମେ ରକ୍ତ ଦାନ କରି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ,କୁମାର ଗୌରବ ମହାପାତ୍ର ,ସୋଲୋମନ ସାହୁ,ସ୍ମୃତି ରଞ୍ଜନ ଦାସ,ସୁଧାଂଶୁ ଶେଖର ରାଜ,ଭୂଷଣ ନାଗ, ବିଧାନ ବରାଳ,
ଶ୍ରୀମତୀ ଶୁଭଲକ୍ଷ୍ମୀ ସୋରେନ,ମଧୁସ୍ମିତା ସିଂ,ଶିବାନୀ ଉର୍ମା ,ସୁଶାନ୍ତ ସାହୁ ,ଡଃ. ନୃସିଂହାନନ୍ଦ ମହାପାତ୍ର ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ କମଳା ପ୍ରକାଶିନୀ ର ପ୍ରତିଷ୍ଠାତା ଡଃ. ନୃସିଂହାନନ୍ଦ ମହାପାତ୍ର କିପରି ରକ୍ତ ଦାତା ମାନେ କନ୍ଧମାଳ ରେ ରକ୍ତ ଦାତା ମାନେ ଆହୁରି ଆଗକୁ ବଢନ୍ତୁ ବୋଲି ମତ ବ୍ୟକ୍ତ କରିଥିଲେ ରକ୍ତ ଦାନ ମହା ପୁଣ୍ୟ ସ୍ଲୋଗାନ ଦେଇ ଯୁବ ପିଢିଙ୍କୁ ଉତ୍ସାହିତ କରିଥିଲେ ସର୍ବା ଶେଷରେ କମଳା ପ୍ରକାଶନୀ ର ସଭାପତି ରାମ କୃଷ୍ଣ ବେହେରା ସମସ୍ତ ସଭ୍ୟ ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ଏବଂ ସମସ୍ତଙ୍କ ନିରାମୟ କାମନା କରିଥିଲେ ।
No Result
View All Result