No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ତତ୍କାଳୀନ ସରକାର ଙ୍କ ସମୟରେ ସିବିଏସି ପାଠ୍ୟକ୍ରମ ଡ଼ାଞ୍ଚାରେ ନୂତନ କରି ଓଡିଶା ରେ 2016 ରେ ଓଡିଶା ଆଦର୍ଶ ବିଦ୍ୟାଳୟ ( ସଂଗଠନ ) ନାମକ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା l ଏହା ଓଡିଶା ର 314 ଟି ବ୍ଲକ ରେ ନିର୍ମାଣ ହୋଇଛି l ମୁଖ୍ୟତଃ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ମେଧାବୀ ଛାତ୍ରଛାତ୍ରୀମାନେ ବେସରକାରୀ ଶିକ୍ଷାନୁଷ୍ଠାନ ରେ ପଡୁଥିବା ପିଲାମାନଙ୍କ ସମକକ୍ଷ ହେବାପାଇଁ ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା କରାଗଲା l
ଉକ୍ତ ବିଦ୍ୟାଳୟ ରେ ପାଠ ପଡିବା ଠାରୁ ରହିବା ସହିତ ଖାଇବା ଏବଂ ଜୋତା ମୋଝା ବହି ଆଦି ମାଗଣା ରେ ମିଳିବ ଆଶାରେ ଅବିଭାବକ ମାନେ ତାଙ୍କ ପିଲା ଙ୍କୁ ଗୋପ ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖାଇଲେ l ପିଲାଙ୍କ ଉଜ୍ୱଳମୟ ଭବିଷ୍ୟତ ପରିବର୍ତ୍ତେ ଭବିଷ୍ୟତ ବର୍ତମାନ ଅନ୍ଧକାରମୟ ହେବାକୁ ବସିଲାଣି l ଗୋପ ବ୍ଲକ ରେ ପ୍ରଥମ କରି 2022 ମସିହାରେ ଗୋପ ବାଳିକା ବିଦ୍ୟାଳୟ ରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ l
ଏଥିରେ ମୋଟ 84 ଜଣ ଛାତ୍ର ଛତ୍ରୀ ଓ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଆରମ୍ଭ ହୋଇଥିଲା l ତାପରେ 2023 ଅଗଷ୍ଟ 31 ତାରିଖ ରେ ଗୋପ ଠାରୁ ୩ କିଲୋମିଟର ଦୂରତ ରେ ଥିବା ତରଙ୍ଗିରା ଠାରେ ନିଜସ୍ୱ ସ୍ଥାୟୀ ଗୃହ ସ୍ଥାନ୍ତାରିତ ହୋଇଥିଲା l ପ୍ରାଥମିକ ପର୍ଯ୍ୟାୟରେ ଅଭାବ ଅନାଟନ ରେ ଗୋଟେ ବର୍ଷ ରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଥିଲା l କିନ୍ତୁ ବର୍ତମାନ ସୁଦ୍ଧା ୩ ବର୍ଷ ବିତିଯାଇଥିଲେ ମଧ୍ୟ ପିଲା ଙ୍କୁ ସରକାରୀ ଆର୍ଥିକ ସହାୟତା ମିଳିପାରିଲାନାହିଁ l ଉକ୍ତ ବିଦ୍ୟାଳୟ କୁ ଗୋପ ବ୍ଲକ ର 31 ଟା ପଞ୍ଚାୟତ ରୁ ପିଲାମାନେ ପାଠ ପଡ଼ିବାକୁ ଆସିଥାନ୍ତି l
ଅନୁମାନ 25 ରୁ 30 କିଲୋମିଟର ଦୁରୁତ ରୁ ଆସିବାକୁ ପଡୁଛି l ଯାହାଫଳରେ କୀ ଗୋଟେ ପିଲା ପିଛା ମାସକୁ ଗାଡିଭଡ଼ା ଓ କୋଚଙ୍ଗ ଆଦି ଅନ୍ୟାନ୍ୟ ଖର୍ଚ୍ଚ କୁ ହିସାବ କଲେ 10 ହାଜର ଟଙ୍କା ଖର୍ଚ୍ଚାନ୍ତ କରିବାକୁ ପଡୁଛି l ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଗରିବ ଶ୍ରେଣୀ ର ଅବିଭାବକମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି l ପ୍ରାୟ ଚାରିବର୍ଷ ହେଵ ହଷ୍ଟେଲ ନିର୍ମାଣ ହେଉଛି ସହ କିନ୍ତୁ ତାହା ସରିପାରିଲାନାହିଁ l ସାଇକେଲ ଷ୍ଟାଣ୍ଡ ଟି ଯଦିଓ ନିର୍ମାଣ ହୋଇଛି କିନ୍ତୁ ଷ୍ଟାଣ୍ଡ ଟି ସଚଳ ହୋଇନାହିଁ l ଉକ୍ତ ବିଦ୍ୟାଳୟ ରେ ଷଷ୍ଠ ଠାରୁ ନବମ ଶ୍ରେଣୀ ନିମନ୍ତେ 20 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକତା ଥିବାବେକେ ବର୍ତମାନ ମାତ୍ର 10 ଜଣ ଶିକ୍ଷାକ ଓ ଶିକ୍ଷୟତ୍ରୀ ରହିଛନ୍ତି l
ସେଥିମଧ୍ୟରୁ ଜଣେ ଅସ୍ଥାୟୀ ବିଜ୍ଞାନ ଶିକ୍ଷକ ଥିବାସ୍ଥଳେ ଜଣେ ଏସ ଏସଟି ଶିକ୍ଷକ ଯିଏ କୀ ୩ ଦିନ ଗୋପ ରେ ପାଠ ପଡ଼ୁଉଥିବାବେଳେ ଆଉ ୩ ଦିନ ନିମାପଡା ରେ ପଡାଉଛନ୍ତି l ଯେଉ କେତେ ଜଣ ଏଠାରେ ଶିକ୍ଷାଦାନ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ପୁରୀ, ଭୁବନେଶ୍ୱର ଆଦି ଦୂରତ୍ୱ ର ଦୈନିକ ଯିବାଆସିବା କରୁଥିବାରୁ ସଠିକ ସମୟରେ ସ୍କୁଲ ରେ ପହଞ୍ଚି ପଟୁନାହାନ୍ତି l ଯାହାଫଳରେ କୀ ପିଲାଙ୍କ ପାଠ ପଡା ରେ ବ୍ୟାଘାତ ସୃଷ୍ଟି ହେଉଛି l
ମୁଖ୍ୟତଃ ସ୍ଥାୟୀ ଅଧକ୍ଷ ନଥିବଫଳରେ ବିଦ୍ୟାଳୟ ରେ ଏକାଧିକ ସମସ୍ୟ ଦେଇ ଗତି କରୁଛି ବିଦ୍ୟାଳୟ ଟି l ଦୀର୍ଘ ୩ ବର୍ଷ ହେଵ ଉକ୍ତ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇପାରିଲା ନାହିଁ l କୀ ପିଲାଙ୍କୁ ଦୁଇବର୍ଷ ହେଵ ଡ୍ରେସ ଓ ଜୋତା ମୋଝା ପାଇଁ ଟଙ୍କା ମିଳିଲାନାହିଁ l ପିଜିଟି କେମେଷ୍ଟ୍ରି ପାଇଁ କେହିଁ ଶିକ୍ଷକ ନାହାନ୍ତି l ପିଜିଟି ବିଓଲୋଜି କେହିଁ କେହିଁ ଶିକ୍ଷକ ନାହାନ୍ତି l ପିଜିଟି ଫିଜୀକ୍ସି ରେ ମଧ୍ୟ କେହିଁଶିକ୍ଷକ ନାହାନ୍ତି l ଟିଜିଟି ବିଜ୍ଞାନ ରେ ଜଣେ ଅସ୍ଥାୟୀ ଶିକ୍ଷକ ରହିଛନ୍ତି l ଟିଜିଟି ଓଡ଼ିଆ ବିଭାଗ ର ଶିକ୍ଷକ ଅସ୍ଥାୟୀ ଅଧକ୍ଷ ଦାୟିତ୍ୱ ରେ ରହିଛନ୍ତି l
ଟିଜିଟି ସଂସ୍କୃତ -1
ଟିଜିଟି ଇଂଲିଶ -2 ଜଣ ଙ୍କ ସ୍ଥାନରେ ଜଣେ ପାଠ ପଡୁଛନ୍ତି l
ପିଜିଟି ଇଂଲିଶ -1
ଟିଜିଟି ଗଣିତ -2,
କ୍ରୀଡା ଶିକ୍ଷକ -1 କୋମ୍ପୁଟର ଶିକ୍ଷକ କେହିନାହାନ୍ତି l
ସଂଗୀତ ଶିକ୍ଷକ -1
ଚିତ୍ରକାର ଶିକ୍ଷକ -1
ଟିଜିଟି ଏସ ଏସ ଟି -2
ଟିଜିଟି ହିନ୍ଦୀ -1
ପିଜିଟି ଗଣିତ -1
ଏହିଭଳି ଅବସ୍ଥାରେ ମଧ୍ୟରେ ଗୋପ ରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଟି ଗତି କରୁଛି l ବାରମ୍ବାର ଅବିଭାବକ ଙ୍କ ପକ୍ଷରୁ ଦାବୀ ହେଉଥିଲେ ମଧ୍ୟ ଶୁଣିବାକୁ କେହିଁ ନାହାନ୍ତି l ଯଦିଓ ଗୋପ ବ୍ଲକ ବିଡ଼ିଓ ଉକ୍ତ ବିଦ୍ୟାଳୟ ର ଭାଇସ ଚ୍ୟାରମ୍ୟାନ କିନ୍ତୁ କୌଣସି ଗୋଟିଏ ସମସ୍ୟା ସମାଧାନ କ୍ଷେତ୍ରରେ ବିଦ୍ୟାଳୟ କୁ ଯାଆନ୍ତି ନାହିଁ l ଚଳିତ ଶିକ୍ଷା ବର୍ଷ ରେ ଷଷ୍ଠ ଶ୍ରେଣୀ ନିମନ୍ତେ ନାମ ଲେଖାଇବାକୁ ଅବିଭାବକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି l ଏଣୁ ଅବିଭାବକ ଙ୍କ ପକ୍ଷରୁ ସ୍ଥାନୀୟ ବିଧାୟିକା ତଥା ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦୁଷ୍ଟି ଦେବାକୁ ଦାବୀ କରିଛନ୍ତି l
No Result
View All Result