No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦାୟିତ୍ଵରେ ଥିବା ଗ୍ରାମ୍ୟ ଉନ୍ନୟନ ଓ ଯୋଗାଣ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ମଙ୍ଗଳବାର ଦିନ ଦଶପଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ସରକାରୀ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଥିଲେ ।
ଇତ୍ଯବସରରେ ସଚିବ ଶିମିଳି ସାହି ଓ ଖମାରସାହି ପଞ୍ଚାୟତର ବିଭିନ୍ନ ସ୍ଥାନ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟଧାରା ଓ ସଫଳତା ନେଇ ବିଭିନ୍ନ ବିଭାଗର ଅଧିକାରୀ ଓ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ । ଏଥି ସହିତ ଦଶପଲ୍ଲା ଏନ୍ଏସିର ଯୋଜନା ତଥା ଉନ୍ନୟନ ,
ଟାଙ୍ଗିଆପଲ୍ଲୀ ଆଶ୍ରମ ବିଦ୍ୟାଳୟ, ଆହାର କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କଲ୍ୟାଣ ମଣ୍ଡପ ମଧ୍ୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟଧାରାର ସମୀକ୍ଷା କରିଥିଲେ । ସଚିବଙ୍କ ଗସ୍ତ ଅବସରରେ ଜିଲ୍ଲାପାଳ ଅକ୍ଷୟସୁନୀଲ ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
No Result
View All Result