ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ "ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଚିଟଫଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ କିଛି ବର୍ଷ କାଟି ଆସିଛନ୍ତି । ମୁଁ ଆହୁରି ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଶ୍ରୀ ତ୍ରିପାଠୀ ଏଵେ ବିଜେଡ଼ିର ସଦସ୍ୟ ମଧ୍ୟ ନୁହନ୍ତି ।

ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି ସେ କହିଛନ୍ତି ।

ବିଜେଡି ପକ୍ଷରୁ ବିଭିନ୍ନ ହୋଟେଲରେ ବସିଥିବା ନେତାଙ୍କ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ ।

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ "ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି । ସେ ଗତ ଦଶ ମାସରୁ ଅଧିକ ସମୟ ହେଲାଣି ଦଳ ଛାଡିଲେଣି ଏବଂ ଏଵେ ସେ ଦଳର କୌଣସି କାମରେ ସମ୍ପୃକ୍ତ ନାହାନ୍ତି । ତେଣୁ ଦଳର, କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ ।"

ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ "ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଚିଟଫଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ କିଛି ବର୍ଷ କାଟି ଆସିଛନ୍ତି । ତେଣୁ କିଛି ବର୍ଷ ତଳେ ସେ ଦଳରୁ ବହିଷ୍କୃତ ହୋଇଥିଲେ । ମୁଁ ଆହୁରି ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଶ୍ରୀ ତ୍ରିପାଠୀ ଏଵେ ବିଜେଡ଼ିର ସଦସ୍ୟ ମଧ୍ୟ ନୁହନ୍ତି ।"

ନବୀନ ନିବାସରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଭିକେ ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ ବରଂ ରାଜ୍ୟ ପାଇଁ ମଧ୍ୟ ଅନେକ କାମ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ୍ ନୁହେଁ । ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି । ସେ କୌଣସି ଦଳୀୟ କାର୍ଯ୍ୟରେ ସାମିଲ ନାହାନ୍ତି । ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ। ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି ।

ଏତଦବ୍ୟତୀତ ବଡ଼ ବଡ଼ ହୋଟେଲରେ ବିଜେଡ଼ି ନେତା ମାନଙ୍କ ବୈଠକକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ "ଦଳର ମୁଖ୍ୟାଳୟ ଶଙ୍ଖ ଭବନ ବହୁତ ବଡ଼ ଓ ଅନେକ ସୁବିଧା ମଧ୍ୟ ରହିଛି । ତେଣୁ ସେଠାରେ ବୈଠକ ନ କରି ହୋଟେଲରେ ବୈଠକ କରିବା ଘଟଣାକୁ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଶଙ୍ଖ ଭବନରେ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ ।