No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୁଣା ବସଷ୍ଟାଣ୍ଡ ପାଖ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ଅର୍ବାନ ବ୍ୟାଙ୍କ ଶାଖାରେ ନିଆଁ ଲାଗି ଯାଇଥିଲା । ଅର୍ବାନ ବ୍ୟାଙ୍କ ଜଳୁଥିବାବେଳେ ଭିତରୁ ଧୂଆଁ ବାହାରଥିଲା ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ କରିବାରେ ସଫଳ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅପରପକ୍ଷରେ ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ସମସ୍ତ କର୍ମଚାରୀ ଦୌଡ଼ି ବାହାରକୁ ପଳାଇ ଆସିଥିଲେ ।
କୌଣସି କର୍ମଚାରୀଙ୍କ କ୍ଷତି ହୋଇନାହିଁ । ତେବେ ବ୍ୟାଙ୍କରେ ଅଗ୍ନିକାଣ୍ଡ ଯୋଗୁଁଁ ଅନେକ କ୍ଷୟକ୍ଷତି ହୋଇଛି, କିନ୍ତୁ ବ୍ୟାଙ୍କର ଜରୁରୀ କାଗଜପତ୍ର ଏବଂ ଲକର ସୁରକ୍ଷିତ ରହିଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

No Result
View All Result