ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ଶିଶୁ ବାଟିକା ପ୍ରଶିକ୍ଷଣ “ପ୍ରସ୍ତୁତି” ମଡୁଲ କାର୍ଯ୍ୟକ୍ରମ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି l ଏଥିରେ ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବଳରାମ ବେହେରା ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ଧୂପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଶେଷ ଦିନ ଉଦଯାପିତ କରିଥିଲେ ।
ଏହି ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥିବା ଶିଶୁ ବାଟିକାକୁ କିପରି ଜାଣିବା ଏବଂ ସେମାନଙ୍କର ଶିକ୍ଷାକୁ କିପରି ସୃଜନଶୀଳତା, ଖେଳ, ମାଟି କାମ, ଓ କାଗଜ କାମ ମାଧ୍ୟମ ରେ ପ୍ରଶିକ୍ଷଣ ଦେବା ଭଳି ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା l ଏଥିରେ ସତ୍ୟ ନାରାୟଣ ତ୍ରୀପାଠୀ, ସୁଶାନ୍ତ କୁମାର ମଲ୍ଲିକ,