No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ୱାବଧାନରେ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ସମ୍ମତିରେ ନୟାଗଡ଼ ଜିଲାର ସମସ୍ତ ବନବିଭାଗ ଅଧିକାରୀମାନଙ୍କୁ ନେଇ ଜିଲା ଆଇନସେବା ପ୍ରାଧିକରଣ ନୟାଗଡ଼ଙ୍କ ତରଫରୁ ଜିଲା ବନବିଭାଗ ସମ୍ମିଳନୀ କକ୍ଷରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରକୁ ସଚିବ ଅଞ୍ଜଳୀ ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଉକ୍ତ ସଚେତନତା ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥିଭାବେ ରେଜିଷ୍ଟ୍ରାର୍ ସୋନାଲି ସରୀତା ବନ୍ୟଜନ୍ତୁମାନଙ୍କ ସୁରକ୍ଷା ଉପରେ ଆଇନ୍ରେ ଥିବା ବିଧିବ୍ୟବସ୍ଥା ଉପରେ କହିଥିବାବେଳେ ବରିଷ୍ଠ ପ୍ରବକ୍ତା ଦଣ୍ଡପାଣି ସ୍ୱାଇଁ ବନବିଭାଗ ଉପରେ ଅପିଲ ଓ ଆଇନଗତ ପ୍ରତିନିଧିତ୍ୱ,
ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଏଫ୍ଆଇଆର୍, ବେଲ୍, ସମନ ଓ ୱାରେଣ୍ଟ ସମ୍ବନ୍ଧରେ, ଆଇନଜୀବୀ ପ୍ରସନ୍ନ ପଢ଼ିଆରୀ ସର୍ଚ୍ଚ ଓ ସିଜରଲିଷ୍ଟ ଉପରେ ଓ ସରକାରୀ ଆଇନଜୀବୀ ଆକାଶ ଦାଶ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ । ଜିଲା ଆଇନସେବା ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ, ପବନ କୁମାର ବେହେରା ଓ ରାଜେଶ କୁମାର ବାରିକ ପ୍ରମୁଖ ଏହି ସଚେତନତା ଶିବିରରେ ସହଯୋଗ କରିଥିଲେ । ଶେଷରେ ଏସିଏଫ୍ଓ ହିମାଂଶୁ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result