କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଘୋଷଯାତ୍ରା ପାଇଁ ଶ୍ରୀଜିଉଙ୍କ ରଥ କାଠ ଚିରଟ ପ୍ରକ୍ରିୟା ର ଶୁଭାରମ୍ଭ ହୋଇଛି। ବିଦ୍ଧି ଅନୁସାରେ ଶ୍ରୀରାମ ନବମୀ ତିଥିରେ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ଆସିଥିବା ମହାରଣା ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟାନ୍ୟ ସେବକ ମଣ୍ଡଳି, କଟକ ଖପୁରିଆ ସ୍ଥିତ ସରକାରି କରତକଳ ଠାରେ ପହଞ୍ଚି ଥିଲେ। ସର୍ବପ୍ରଥମେ ତିନି ଗୋଟି ଧଉରା କାଠର ପୂଜାର୍ଚ୍ଚନା କରାଯାଇ ଚିରଟ କାର୍ଯ୍ୟର ଶୁଭ ଅନୁକୂଳ କରା ଯାଇଥିଲା।

ତେବେ ପ୍ରଥମ ଥର ପାଈଁ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଚିରଟ କାର୍ଯ୍ୟ ହୋଇଥିବାରୁ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।ପ୍ରାୟ ସାତ ହଜାର ସିପ୍ଟ କାଠ ଆସିବାକୁ ଥିବା ବେଳେ ଏବେ ଶୁଦ୍ଧା ପ୍ରାୟ ଦୁଇ ହଜାର ସିପ୍ଟ କାଠ କଟକ ରେ ପହଞ୍ଚିଛି ବୋଲି କହିଛନ୍ତି କରତକଳର ଉପଖଣ୍ଡିୟ ପରିଚାଳକ ଅଭିରାମ ଜେନା ।

ସେହିପରି ବିଦ୍ଧିବିଧାନ ଅନୁଯାୟୀ ପ୍ରଥମେ ଶ୍ରୀପଞ୍ଚମୀ ତିଥିରେ ନୟାଗଡ ଜଙ୍ଗଲରୁ ରଥକାଠ କଟା ର ଶୁଭାରମ୍ଭ କରାଯାଇ ପୁରୀ ରଥଖଳାକୁ ଆସିଥାଏ।ଏହାପରେ ଶ୍ରୀରାମ ନବମୀରେ କାଠ ଚିରଟ ପ୍ରକ୍ରିୟା କରାଯାଇ ସେଗୁଡିକୁ ପୁନଶ୍ଚ ରଥଖଳାକୁ ଯାଏଁ ଓ ପରିଶେଷରେ ପବିତ୍ର ଅକ୍ଷୟା ତୃତୀୟ ଦିନ ରଥ ନିର୍ମାଣର ଶୁଭାରମ୍ଭ କରା ଯାଇଥାଏ ବୋଲି କହିଛନ୍ତି ଅମିନ ମହାରଣା ସେବାୟତ, ଏହି କାଠ ଚିରଟ ଅନୁକୂଳ ନେ଼ଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
















