ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ଅନ୍ତର୍ଗତ ମଧ୍ୟଶାସନ ଗ୍ରାମର ପ୍ରତିଭା ଅନ୍ୱେଷଣ ପରିବାର ପକ୍ଷରୁ ସୋମବାର ମଧ୍ୟଶାସନ ଶୈବ ପୀଠ ନିକଟରେ ଏକ ବିଶାଳ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ମେଧା ଵା ପ୍ରତିଭା ଅନ୍ୱେଷଣ ର ସଭାପତି ବିଭୂପ୍ରସାଦ ଦାଶ ଓ ସମ୍ପାଦକ ଅଧ୍ୟାପକ ବିଶ୍ୱରଂଜନ ଦାଶ ଙ୍କ ଉଦ୍ୟମରେ ଗଣିତ, ବିଜ୍ଞାନ, ଇଂରାଜୀ ଉପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା l ଏଥିରେ 150 ଜଣ ଛାତ୍ର ଛାତ୍ରୀ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ l
ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲେ l ଶିକ୍ଷୟତ୍ରୀ ମଞ୍ଜୁଳା ସାହୁ ପିଲାମାନଂକର ନୃତ୍ୟ ପରିବେଷଣ କରାଇଥିଲେ l ଓଡିଶୀ ନୃତ୍ୟରେ ଛାତ୍ରୀ ଧାରା ପ୍ରଶଂସିତ ହୋଇଥିଲେ l ଏହି ମେଧା ଵା ପ୍ରତିଭା ଅନ୍ୱେଷଣର ଲକ୍ଷ୍ୟ ହେଉଛି ଗାଁ ଗହଳିରେ ଥିବା ବିଭିନ୍ନ କ୍ଷେତ୍ରରେ ଲୁକାୟିତା ପ୍ରତିଭା ମାନଂକୁ ଖୋଜି ବାହାର କରିବା ଓ ସେମାନଙ୍କ
ଉଚ୍ଚଶିକ୍ଷା ପାଇଁ ଦାଇତ୍ୱ ବହନ କରି ସେମାନଂକୁ ଶୀର୍ଷରେ ପହଞ୍ଚେଇବା ବୋଲି ସମ୍ପାଦକ ବିଶ୍ୱରଂଜନ କହିଛନ୍ତି l ତେବେ ଏହିଠାରୁ ବାହାରିଥିବା ଡା ଛାତ୍ରୀ ସୁଶ୍ରୀ ସଂଗୀତl ଦାଶ, ଡା ଛାତ୍ରୀ ଖିରାବ୍ଧି ତନୟା ଶତପଥୀ, ଆଇଆଇଟି ଛାତ୍ର ଦେବଦତ୍ତ ମଣ୍ଡଳ ଓ ଛାତ୍ରୀ ଅନାମିକା ସାଇନି ଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଏଥି ସହ ପ୍ରତିଯୋଗିତାରେ ପ୍ରତ୍ୟେକ ଶ୍ରେଣୀରୁ ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପ୍ରଂଶସା ପତ୍ର ଓ କପ ପ୍ରଦାନ କରାଯାଇଥିଲା l ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରୀ ଅଭିପ୍ସା ମହାପାତ୍ର ଓ ଛାତ୍ର ସୌଭାଗ୍ୟ ରଞ୍ଜନ ବେହେରା ଙ୍କୁ ପ୍ରମାଣ ପତ୍ର ସହ କପ ଉପଢୌକନ ଓ 5ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା l
ଅଥିତି ଭାବେ ଶିକ୍ଷା ଗୁରୁ ଉତ୍ତମ କୁମାର ଦାଶ, ବସନ୍ତ କୁମାର ସାହୁ, ଶିକ୍ଷୟତ୍ରୀ ମଞ୍ଜୁଳା ସାହୁ ଯୋଗଦେଇଥିଲେ l ସୌଭାଗିନୀ ପତି ଓ ଶୁଚିସ୍ମିତା ଦାଶ ତାଙ୍କ ସହଯୋଗୀ ମାନେ ପ୍ରଶ୍ନ ପତ୍ର ଏବଂ ମୂଲ୍ୟାଙ୍କନ କରିଥିଲେ l