No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଠାରେ କାର୍ଯ୍ୟରତ ମହିଳା ସମ୍ବାଦିକାଙ୍କୁ ମନ୍ଦିରର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ଯରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କଡାକଡି ଆଇନ ବ୍ୟବସ୍ତା ଲାଗୁ କରାଯାଇ ନଥିବାରୁ ଅନେକ ସମୟରେ ଖବର ପରିବେଷଣ ସମୟରେ ସାମ୍ବାଦିକ ମାନେ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ପୁରୀରେ ଗତକାଲି ଘଟିଥିବା ଘଟଣା ରାଜ୍ୟରେ ବାରମ୍ବାର ଘଟି ଚାଲିଛି। ଏହାକୁ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି।
ଏହାସହ ଗତକାଲି ପୁରୀ ଶ୍ରୀ ମନ୍ଦିର ସମ୍ମୁଖରେ କାର୍ଯ୍ୟରତ ମହିଳା ସାମ୍ବାଦିକା ଲିନୁ ନାୟକଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଚତୁର୍ଥ ସ୍ଥମ୍ଭ କୁହାଯାଉଥିବା ସାମ୍ବାଦିକ ମାନେ ଅନେକ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ କୌଣସି କଠୋର ଆଇନ ପ୍ରଣୟନ ହେଉ ନଥିବାରୁ ଦିନକୁ ଦିନ ସାମ୍ବାଦିକ ମାନଙ୍କ ପ୍ରତି ଏପରି ହିଂସା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର ତ୍ୱରିତ ପଦକ୍ଷେପ ନେବାର ଅତ୍ୟନ୍ତ ଜରୁରୀ ହୋଇ ପଡିଛି। ଅନ୍ୟ ରାଜ୍ୟ ମାନଙ୍କରେ ସାମ୍ବାଦିକ ମାନଙ୍କୁ ଭତ୍ତା, ଋଣ ଛାଡ, ବିଭିନ୍ନ ସ୍ଥାନକୁ ଯାତ୍ରା ସମୟରେ ରିହାତି, ପେନସନ ଭଳି ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।
ତେବେ ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା ସହ ପେନସନ ବ୍ୟବସ୍ଥା, ବୀମା ରାଶି କୁ ବୃଦ୍ଧି କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ଗୁଡିକ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଙ୍ଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, କୋଷାଧକ୍ଷ ହୃଷୀକେଶ ଶେଠୀଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ।
No Result
View All Result