No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନିରାକାରପୁର :- ନିରାକାରପୁର ଥାନା ରାମେଶ୍ଵର ଛକରେ ଥିବା ଏକ ଚା’ ପାନ ଦୋକାନରୁ ତାଲା ଭାଗିଂ ଲୁଟ ଥାନାରେ ଅଭିଯୋଗ ସନ୍ଦେହରେ ୬ଜଣ ଲୁଟେରା ଗିରଫ। ଗତ ଶନିବାର ବିଳମ୍ବିତ ରାତିରେ ରାମେଶ୍ୱର ଛକ ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଚା ପାନ ଦୋକାନ ତାଲା ଭାଗିଂ ଚୋରି ହୋଇଛି। ବିଳମ୍ବିତ ରାତିରେ ଲୁଟେରା ମାନେ ଦୋକାନର ତାଲା ଭାଙ୍ଗି ଦୋକାନରେ ଥିବା ମୂଲ୍ୟବାନ ସାମଗ୍ରୀ ଓ ନଗଦ ଟଙ୍କା ନେଇ ଯାଇଥିବା ଦୋକାନ ମାଲିକ ପ୍ରସନ୍ନ ଥାନାରେ ଅଭିଯୋଗ କରିଛନ୍ତି।
ଏ ନେଇ ପୁଲିସ୍ ସନ୍ଦେହରେ ୬ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଲୁଟେରା ମାନେ ହେଲେ ନିରାକାରପୁର ଥାନା ଅଧିନସ୍ଥ ରାମେଶ୍ୱର ଗ୍ରାମର ମାନସ ରଂଜନ ବିଶ୍ୱାଳ,ଜଂକିଆ ଥାନା ମୋଟା ଗ୍ରାମର ରାକେଶ ସାମନ୍ତରାୟ(ନବୀନା), ଆଲୋକ ଚଇନି ( ବଣ୍ଟି),ରାକେଶ କୁମାର ଗୋଳବାଇ ଚନ୍ଦ୍ରମାପାଟପୁର ଗ୍ରାମର ଶ୍ରବଣ କୁମାର ବଳିୟାରସିଁହ,ରାକେଶ ପ୍ରଧାନ,ଗଡିଶାଗୋଦା ଚ୍ଚଘ୍ରବାରମ୍ବାର ରାମେଶ୍ବର ଛକରେ ଚୋରି ହେଉଥିବା ରୁ ସ୍ଥାନୀୟ ଦୋକାନୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
No Result
View All Result