No Result
View All Result
ରାଷ୍ଟ୍ର ର ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଜେପି ହି ସର୍ବଶ୍ରେଷ୍ଟ ; ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ସମଗ୍ର ବିଶ୍ୱର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ଭାରତୀୟ ଜନତା ପାର୍ଟି, କାରଣ ଯେବେଠୁଁ ଯଶଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ନେତୃତ୍ୱ ଭାରତ ବର୍ଷ ପରିଚାଳିତ ହେଉଛି l 1980 ମସିହା ଏପ୍ରିଲ 6 ତାରିଖ ରେ ବିଜେପି ପ୍ରତିଷ୍ଠା ହୋଇଥିଲା l ଏହି ପ୍ରତିଷ୍ଠା ଦିବସକୁ ସପ୍ତାହ ବ୍ୟାପୀ ସମସ୍ତ ରାଜ୍ୟରେ ବେଶ ଧୁମ ଧାମ ରେ ପାଳିତ ହେଉଛି l ମୋଦିଜୀ ଙ୍କ ପ୍ରଚେଷ୍ଟା ରେ ବର୍ତମାନ ଭାରତୀୟ ଜନତା ପାର୍ଟି ହି ଏକମାତ୍ର ରାଜନୈତିକ ଦଳ ଯିଏ କୀ ସବକା ସାତ ସବକା ବିକାଶ ରେ ବିଶ୍ବସ କରିଥାଏ l
ଓଡିଶା ରେ ଅନୁଷ୍ଠିତ ହୋଇଯାଇଥିବା ସାଧାରଣ ରେ ବିଜେପି ନୂତନ ଭାବେ ସରକାର ଗଠନ କରିବାରେ ସଫଳ ହୋଇଛି l ବିଜେପି କୁ ଓଡିଶା ରେ ସଫଳତା କ୍ଷେତ୍ରରେ ଅଗ୍ରସର କରାଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ଅନ୍ୟତମ ବ୍ୟକ୍ତି ହେଉଛନ୍ତି ନିମାପଡା ର ରାଜନୀତି ର ବହୁଚର୍ଚ୍ଚିତ ରାଜନେତା ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ l ଯାହାଙ୍କ ନେତୃତ୍ୱ ନିମାପଡା ରେ ଏକ ଇତିହାସ ସୃଷ୍ଟି ହୋଇଥିଲା l ଯାହାର ଫଳସରୂପ ଆଜି ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଥମ ଥର ପାଇଁ ବିଧାୟିକା ହେବା ସହିତ ଓଡିଶା ର ଉପ ମୁଖ୍ୟମନ୍ତ୍ରୀ ଭାବେ ବିରାଜିତ ହୋଇଛନ୍ତି l
ଗତ ରବିବାର 6 ତାରିଖ ରେ ବିଜେପି ତାର 46 ତମ ପ୍ରତିଷ୍ଠା ଦିବସ ଗୋପ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ପାଳିତ ହୋଇଯାଇଛି l ଶ୍ରୀଯୁକ୍ତ ଦାଶ ଙ୍କ ନେତୃତ୍ୱ ରେ ଗୋପ ବ୍ଲକ 14 ପଞ୍ଚାୟତ ଶତାଧିକ ଯୁବମୋର୍ଚା ର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ l ଏହା ଗୋପ ରେ କେବଳ ସମ୍ଭବ ହୋଇପାରିଛି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଙ୍କ ପ୍ରଚେଷ୍ଟା ରେ l
ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ହୋଇଥିବା ବୈଠକରେ ନିମାପଡା ବିଜ୍ଞାପିତ ଅଞ୍ଚଳ ବରିଷ୍ଠ ବିଜେପି ନେତା ଜୀବନାନନ୍ଦ ମହାପାତ୍ର, ଗୋପ ବ୍ଲକ୍ ବିଜେପି ର ଯୁବ ନେତା ମନ୍ଦିପ୍ ପାଇକରାଏ, ପ୍ରତାପ ପରିଡା, ବେଦପୂର୍ ପଞ୍ଚାୟତ ର ବରିଷ୍ଠ ବିଜେପି ନେତା ଅଜୟ କୁମାର ମିଶ୍ର, ଗୋପ ପଞ୍ଚାୟତ ର ସରପଞ୍ଚ ସୁଲୋଚନା ଦାସ, ଯୁବ ନେତା ରମଣ ପଟ୍ଟନାୟକ, ଛାତ୍ର ନେତା ଦେବାଶିଷ ସାହୁ, ବରିଷ୍ଠ ନେତା ହେମନ୍ତ ଛୋଟରାଏ, ସ୍ଵରାଜ ମହାନ୍ତି ଏବଂ ସଂଖ୍ୟାଲଘୁ ସେଲ ର ପ୍ରମୁଖ ସେକ ଅଦୀପ,
ସୁମନ୍ତ ବାରିକ ପ୍ରଭୁତି ଶତାଧିକ କ୍ରମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ l ଆଗାମୀ ଦିନରେ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ର ୧୪ ଗୋଟି ପଞ୍ଚାୟତ ର ପ୍ରତି ଟି ଘରେ ରେ କିପରି ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରି ନରେନ୍ଦ୍ର ମୋଦୀ ଙ୍କ ଲୋକାଭିମୁଖୀ ଯୋଜନା ଓ ଲୋକ ଙ୍କ ସରକାର ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିକାଶ ର ବାର୍ତ୍ତା କୁ ପହଞ୍ଚାଇ ହେବ ସେଥିପାଇଁ ଶପଥ ନେଇଥିଲେ ।

No Result
View All Result