No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା କୁ ହେଲେ ପିଲା ଙ୍କ ମାନବିକତା ଓ ଅନ୍ତର୍ନିହିତ ଗୁଣ ଉପରେ ଗୁରୁତ୍ୱ ଦେବା ଏକାନ୍ତ ଆବଶ୍ୟକ l ମୋବାଇଲ ଯୁଗରେ ଆଜିକାଲିର ଛାତ୍ରୀଛାତ୍ର ନୈତିକ ଶିକ୍ଷା ଠାରୁ ଦୂରେଇ ଯାଉଛନ୍ତି । ସେଥିପାଇଁ ସମସ୍ତ ଅଭିଭାବକମାନେ ସେମାନଙ୍କ ପିଲା ଙ୍କ ପ୍ରାରମ୍ବିକ ଶିକ୍ଷା ଉପରେ ଗୁରୁତ୍ବ ଦେବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ l ଗୋପ ମହାବିଦ୍ୟାଳୟସ୍ଥିତ ସତ୍ୟସାଇ ବିଦ୍ୟା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥ୍ ଭାବେ କସ୍ତୁରୀବାଳା ଫାଉଣ୍ଡେଶନ ପ୍ରତିଷ୍ଠାତା କସ୍ତୁରୀବାଳା ସ୍ବାଇଁ ଯୋଗଦେଇ ଏହି ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷାବିତ୍ ଦୟାନିଧ୍ୟ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥ୍ ଭାବେ ଗୋପ ଥାନା ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଢିହାରୀ, ଗୋପ ମହାବିଦ୍ୟାଳୟ ପ୍ରାକ୍ତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ସଂସ୍କୃତି ଗବେଷର ସଞ୍ଚୟ ବରାଳ, ସ୍କୁଲ ଅଧ୍ୟକ୍ଷ ପ୍ରଦିପ୍ତ ଖଟୋଇ, ବିଦ୍ୟାମନ୍ଦିର ସମ୍ପାଦିକା ସୁଧାମୟ ପ୍ରମୁଖ ଯୋଗଦେଇ ସାତୀଛାତ୍ରଙ୍କୁ ଶିକ୍ଷା ସହ ଅନ୍ୟାନ୍ୟ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ କହିଥିଲେ।
ଶ୍ରୀଯୁକ୍ତ ଖଟୋଇ ପିଲାମାନଙ୍କ ଠାରୁ ମୋବାଇଲ କୁ ଦୁରେଇ ରଖିବାପାଇଁ ଅବିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍କୁଲର କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା କୃତି ଛାତ୍ରୀଛାତ୍ରଙ୍କୁ ଅତିଥିମାନଙ୍କ ଦ୍ଵାରା ସାର୍ଟିଫିକେଟ, ଉପଢୌକନ ଦେଇ ସମ୍ବନ୍ଧିତ କରିଥିଲେ। ପରେ ଛାତ୍ରୀଛାତ୍ରମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦୀନକୃଷ୍ଣ ଜେନା, ସତ୍ୟବ୍ରତ ଭୋଇ, ରଥ, ରୋଜାଲିନ ବଳିୟାରସିଂ, ସୁନିତା ସ୍ବାଇଁ, ଲଳିତାରାଣ, କି? ମୋନାଲିସା ସିହ୍ନା, ଜେନା ଦେ, ଶୁଭତୋଷ ଦୀପାଞ୍ଜଳି କାଣ୍ଡି, ଅନସୂୟା ପ୍ରମୁଖ ପରିଚାଳନା କରିଥିଲେ।
No Result
View All Result