No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଦା ଠାରୁ ନୟାଗଡ ଜାତୀୟ ରାଜ ପଥ ୫୭, ଟୀକାତାଳ ପ୍ରାଥମିକ ବିଦ୍ୟାଳୟ ସାମନା,ହମ୍ପସ ନିକଟରେ ସକାଳ ସାଢେ଼ ଆଠଟାରେ ନୟାଗଡ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥିବା ଏକ ଅଶୋକ ଲିଲାଣ୍ଡ ଟ୍ରକ୍ ନମ୍ବର୍ ଓ ଡି ୦୨ ସି ଏସ ୮୬୬୦ ଗାଡ଼ିକୁ ର୍ପଛରୁ ଆସୁଥିବା କାର ନମ୍ବର ଓ ଡି ୦୨ ସି ଭି ୧୬୪୭ ଗାଡିଟି ଅସାବଧାନତା ବଶତଃ ପିଟି ଦେଇଥିଲା , ଗାଡ଼ି ଭିତରେ ବସିଥିବା ଗୋଟେ ଛୋଟ ବାଳକ , ଯାହାର ଆନୁମାନିକ ବୟସ ୧୩/ ୧୪ ବର୍ଷ ହେବ,
ସାମାନ୍ୟ ଆହତ ହୋଇ ଥିବା ବେଳେ , ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେତୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ବାଇକ୍ ଯୋଗେ ତୁରନ୍ତ ରାଜ ସୁନାଖଳା ଡାକ୍ତରଖାନାକୁ ନିଆ ଯାଇଥିବା ଦେଖିବାକୁ ମିଳିଥିଲା । ପିଲାଟିର ନାମ ଶୁଭମ ସେଠି, ଭଞ୍ଜନଗର, ପାଟରା ପଲ୍ଲୀ ବୋଲି ଜଣା ପଡିଛି l ସୂଚନା ଅନୁସାରେ ଗାଡି ଡ୍ରାଇଭର ଆଖି ଲାଗିଯାଇଥିଲା ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

No Result
View All Result