No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) କୋଟଗଡ଼ :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୋଟଗଡ଼ ଖେଳ ପଡିଆରେ ମା ରାମଚଣ୍ଡୀ କ୍ରିକେଟ୍ କ୍ଳବ୍, କୋଟଗଡ଼ ତରଫରୁ ଗତ ମାର୍ଚ୍ଚ ୨୦ ତାରିଖରୁ କୋଟଗଡ଼ ପ୍ରୀମିଅର୍ ଲିଗ୍ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇ, ଗତ ୪ ଏପ୍ରିଲ୍ ଶୁକ୍ରବର, ଫାଇନାଲ ଅପରାଂହରେ ବଜରଙ୍ଗୀ ୱରିଅର୍ସ ସହିତ ରାଇଜିଂ ଷ୍ଟାର ସହ ୧୨ ଓଭର ଖେଳ ପ୍ରତିଯୋଗିତା ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ପାଞ୍ଚଟି ଦଳ ଭାଗ ନେଇ ଥିବା ବେଳେ , ଫାଇନଲ ମ୍ୟାଚରେ, ପ୍ରଥମେ ବଜରଙ୍ଗି ୱାରିଅର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇ ବିପକ୍ଷ ଦଳକୁ ୧୨ ଓଭର ବ୍ୟାଟିଂରେ ୯ଟି ୱିକେଟ୍ ବିନିମୟରେ ୭୮ ରନ୍ ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ବଜରଙ୍ଗୀ ୱାରିଆର୍ସ ସୁନ୍ଦର ବ୍ୟାଟିଂ କରି ମାତ୍ର ୮ ଓଭରରେ ତିନି ୱିକେଟ୍ ବିନିମୟରେ ୮୦ ରନ୍ ସଂଗ୍ରହ କରି ଚମ୍ପିଆନ ସ୍ଥାନ ଦଖଲ କରି ନେଇ ଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରଣପୁର ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ , ସମ୍ମାନିତ ଅତିଥି ମାନେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ଯୁବ ସମାଜ ସେବୀ ପ୍ରଫୁଲ୍ଲ କୁମାର ନାୟକ, ତ୍ରିନାଥ ବିଶ୍ଵାଳ, ସଚ୍ଚିକାନ୍ତ ଷଡ଼ଙ୍ଗୀ , ଆଦି ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଅତିଥି ମାନେ ଅନୁଷ୍ଠାନ ତରଫରୁ ଚମ୍ପିୟାନ ଟ୍ରଫି ଓ ନଗଦ ଦଶ ହଜାର ଟଙ୍କା ବଜରଙ୍ଗି ୱାରିଅର୍ ଦଳକୁ ପ୍ରଦାନ କରିବା ସହ ରନର୍ସଅପ୍ ରାଇଜୀଙ୍ଗ ଷ୍ଟାର ଦଳକୁ ଟ୍ରଫି ସହ ନଗଦ ସାତ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। ମ୍ୟାନ ଅଫ ମ୍ୟାଚ୍ ଭାବେ ଲିଟୁ ସ୍ୱାଇଁ ପୁରସ୍କୃତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟକୁ ମା ରାମଚଣ୍ଡୀ କ୍ରିକେଟ୍ କ୍ଳବର ସମସ୍ତ ସଦସ୍ୟ ମାନେ, ବାବୁଲି, ସନ୍ତ, ଲିଙ୍ଗା, ଜାପୁ, ମନ୍ତୁ, ରାକେଶ , ସୁବାଷ, ଚିନୁ , ସମୀର, ରିତେଶ ଆଦି ସହଯୋଗ କରିଥିଲେ । ଓମ୍ପେୟାର ଯାପୁ, ଗୁଡୁ ସୁନ୍ଦର୍ ଭାବରେ ମ୍ୟାଚ୍ ପରିଚାଳନା କରିଥିଲେ। ବଲହା ସାର ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ।

No Result
View All Result