No Result
View All Result
ଧାମରା (ଓଡ଼ିଶା ତାଜା ନ୍ୟୁଜ୍) ଭଦ୍ରକ :- ଭଦ୍ରକ ଜିଲ୍ଲାର ଧାମରା ଅଞ୍ଚଳରେ ଗୁରୁତ୍ଵପୂର୍ଣ୍ଣ ଚକ୍ଷୁ ସେବା ପାଇବା ଏବେ ଅଧିକ ସହଜ ହୋଇଛି, ଆଦାନୀ ଫାଉଣ୍ଡେସନର ଭିଜନ୍ କେୟାର ପ୍ରୋଗ୍ରାମ୍ ଦ୍ୱାରା । ଏହି ପ୍ରୟାସ ଫଳରେ ଧାମରା ଅଞ୍ଚଳର ଶିଶୁ, ନାରୀ, ବୃଦ୍ଧ ଓ ଟ୍ରକ୍ ଚାଳକ ମିଶି ୧୮,୦୦୦ ରୁ ଅଧିକ ଲୋକ ଲାଭ ଉଠାଇଛନ୍ତି । ଧାମରାର ୪୭ ବର୍ଷୀୟ ରେଣୁକା ଭୁୟାଁ ଦୀର୍ଘ ବର୍ଷ ଧରି ଦୃଷ୍ଟି ସମସ୍ୟା ଭୋଗୁଥିଲେ । ଫାଉଣ୍ଡେସନର ସହାୟତାରେ ନୂତନ ଚଷମା ପାଇ ଏବେ ସ୍ୱାଭାବିକ ଜୀବନ ଜୀବିକା ଚଲାଇ ପାରୁଛନ୍ତି । ଏଭଳି ରମ୍ଭିଳା ଉଚ୍ଚ ବିଦ୍ୟାଳୟର ୧୪ ବର୍ଷୀୟ ଛାତ୍ର ସତ୍ୟ ସୌରଭ ମହାପାତ୍ର ମଧ୍ୟ ତାଙ୍କର ଦୃଷ୍ଟି ସମସ୍ୟାରୁ ମୁକ୍ତି ପାଇଛନ୍ତି ଏବଂ ଏବେ ଶିକ୍ଷାରେ ଧ୍ୟାନ ଦେଇପାରୁଛନ୍ତି ।
ଅଗଷ୍ଟ ୨୦୨୪ ରେ ଆରମ୍ଭ ହୋଇଥିବା ଏହି ପ୍ରୋଗ୍ରାମ୍ ଚକ୍ଷୁ ଯାଞ୍ଚ, ଚଷମା ବିତରଣ ଏବଂ ଆବଶ୍ୟକ ମେଡିକାଲ୍ ରିଫେରଲ୍ ଦେଇ ଲୋକଙ୍କୁ ସେବା ଦେଉଛି। ଜାତୀୟ ଅନ୍ଧତ୍ୱ ନିୟନ୍ତ୍ରଣ ଏବଂ ଦୃଷ୍ଟି ଅପଙ୍ଗତା ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍. ପି. ସି. ବି. ଭି. ଆଇ) ସହ ସମନ୍ୱୟ ରଖି ଏହି ପ୍ରୟାସ ଚାଲିଛି । କେବଳ ଧାମରା ଅଞ୍ଚଳରେ ୧୨,୮୦୦ ଛାତ୍ରଛାତ୍ରୀ, ୫,୦୦୦ ଟ୍ରକ୍ ଚାଳକ ଓ ୫୦୦ ନାରୀଙ୍କୁ ଚକ୍ଷୁ ପରୀକ୍ଷା କରି ଚଷମା ଦିଆଯାଇଛି । ଦେଶ ସାରା ୧୧ଟି ରାଜ୍ୟରେ ୧,୧୭,୦୦୦ ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ୧୯୯୬ ଠାରୁ ଆଦାନୀ ଗ୍ରୁପର ସାମାଜିକ ଦାୟିତ୍ୱ ବାହକ ଆଦାନୀ ଫାଉଣ୍ଡେସନ୍ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଜୀବିକାରେ ଉଲ୍ଲେଖନୀୟ ଅବଦାନ ରଖି ୧୯ ରାଜ୍ୟ ଓ ୬,୭୬୯ ଗାଁରେ ୯୦ ଲକ୍ଷ ଲୋକଙ୍କ ଜୀବନ ଉନ୍ନତି କରିଛି ।
No Result
View All Result