No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଫୁଲନଖରା ଛକ ନିକଟରେ ଥିବା ସାମାଜିକ ଅନୁଷ୍ଠାନ ମର୍ଣି ମିଟ ପକ୍ଷରୁ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିଆସୁଥିଲା ବେଳେ , ଅନୁଷ୍ଟାନର ସଦସ୍ୟ ମାନଙ୍କର ଜନ୍ମ ଜୟନ୍ତୀ ପାଳନ କରିଥାଏ ।
ଆଜି ମର୍ଣ୍ଣି ମିଟର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମର୍ଣ୍ଣି ମିଟର ସଦସ୍ୟ ତଥା ବମ୍ଫକୁଦ ଗ୍ରାମ୍ୟ କମିଟିର କୋଷାଧ୍ୟକ୍ଷ ବିନୟ କୁମାର ଜେନା ( ମିଟା ) ଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇ ଶୁଭେଚ୍ଛା ଜଣେଇବା ସହିତ ତାଙ୍କର ଦୀର୍ଘାୟୁ ନିରାମୟ ଜୀବନ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ତଥା କଟକ ନଗର ବିଜେପି ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତି, ଟିଟନ ସାହୁ ,ସୁଧିର ପଟ୍ଟନାୟକ, ଯୁଗଳ କିଶୋର ସାହୁ ,ହେମନ୍ତ କୁମାର ସାହୁ , ଗଗନ ପାଢ଼ୀ, କରିମ ସା, ଗିରିଶ ଚନ୍ଦ୍ର ବାରିକ , ଅନିଲ କୁମାର ମହାନ୍ତି, ପ୍ରଦିପ୍ତ କୁମାର ଦାସ , ବଲ୍ଲଭ କୁମାର ଜେନା ,ଟୁନା ଜେନାଙ୍କ ସମେତ ମର୍ଣ୍ଣି ମିଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିନୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିନୟ ନିଜ ଜନ୍ମଦିନର କେକ୍ କାଟି ସମସ୍ତଙ୍କୁ ଖୁଆଇଥିଲେ ।

No Result
View All Result