No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- କଟକ ଜିଲ୍ଲା ନିଆଳି କସରଦା ସ୍ଥିତ ଡିପୋଟି ମେଲଣ ପଡିଆରେ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ଏବଂ ପ୍ରେସ ୟୁନିଟ ନିଆଳି ଆନୁକୂଲ୍ୟରେ ପଞ୍ଚମ ଦିବସୀୟ ଗ୍ରାମୀଣ ମହୋତ୍ସବ ୨୦୨୫ ର ଅନୁଷ୍ଠିତ ହେଉଥିବା ତୃତୀୟ ଦିବସରେ ପ୍ରଫେସର ଡ, ଧନଦାକାନ୍ତ ମିଶ୍ର ସଭାପତିତୋ କରିଥିବାବେଳ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ ଅଭୟ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଏସ ବି ନିର୍ତାର ଓଲଟପୁରର ପ୍ରଫେସର ଡାକ୍ତର ପତିତପାବନ ମହାନ୍ତି, ଏବଂ ସମ୍ମାନୀତ ଅତିଥିଭାବେ ସାହିତ୍ୟିକ ଡ, ସଂଗ୍ରାମ କେଶରୀ ସାମନ୍ତରାୟ,

ବାବାଜୀ ଅମ୍ବୃତାନନ୍ଦ ଦାଶ, ସାହିତ୍ୟିକ ଉମାକାନ୍ତ ନାୟକ, ସାହିତ୍ୟିକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ପୁରୀ ସୁନ୍ଦରଦାସ ମଠର ବାବା ପର୍ଶୁରାମ ଦାସ ଜି ମହାରାଜ , ରାଜ୍ଯ ସରକାରଙ୍କର ପ୍ରାକ୍ତନ ସ୍ୱତନ୍ତ୍ର ଶାସନ ସଚିବ ଵିନୋଦ କୁମାର ପଣ୍ଡା, ଅବଧୂତ ବାବା ଆଦିତ୍ୟ ଚରଣ ଦାସ ମହାରାଜ, ପଣ୍ତିତ ମୃତ୍ୟୁଞ୍ଜୟ ଦାଶ, ପଣ୍ତିତ ଅମୂଲ୍ୟ କୁମାର ମିଶ୍ର, ବାବା ମହନ୍ତ ରାଧା ଚରଣ ଦାସ ମହାରାଜ, ବ୍ୟଙ୍ଗ କବି ସମ୍ପଦ କୁମାର ରଥ, କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ,ବନ୍ଦେ ଉତ୍କଳ ମହାସଙ୍ଗର ସଭାପତି ବିଜୟ କୁମାର ମିଶ୍ର,

ପ୍ରମୂଖ ଏତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ, ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ଚରଣ ମଲ୍ଲିକ ଏବଂ ସ୍ଵାମୀ ଚେତନା ନନ୍ଦ ସରସ୍ଵତୀଙ୍କର ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିବା ସହ ଗ୍ରାମୀଣ ସେବକ ସମାଜର ଏଭଳି ସେବାମୁଳକ ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଗ୍ରାମୀଣ ମହୋତ୍ସବରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା ।

ମୁଖ୍ୟ ବକ୍ତା ଡ, ପ୍ରଫେସର ପତିତ ପାବନ ମହାନ୍ତି ଏହି ଅନୁଷ୍ଠାନ ଗାନ୍ଧୀଙ୍କ ବିଚାରଧାରା ପରିଚାଳିତ ହେବା ସହ ମୋବାଇଲ ଏବଂ ନିଶା ଠାରୁ ଦୂରେଇ ରହିବା ସହିତ ବଜାର ଅପମିଶ୍ରଣ ଖାଦ୍ୟ ନ ଖାଇବାକୁ ବାରଣ କରିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସନ୍ତୋଷ କୁମାର ମାଝୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ବହୁ ମାନ୍ୟଗଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମହାପାତ୍ର ନୀଳମଣି ସାହୁ ସାହିତ୍ୟ ସମ୍ମାନ,

ଜ୍ଞାନ ଦ୍ଵୀପ ତ୍ରିଲୋଚନ କାନୁନଗୋ ଶିକ୍ଷା ସମ୍ମାନ, ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକ ସେବା ସମ୍ମାନ, ସ୍ଵାମୀ ଚେତନା ନନ୍ଦ ସରସ୍ଵତୀ ଜ୍ଞାନ ଜ୍ୟୋତି ସମ୍ମାନ, ଏବଂ ସ୍ଵାଧୀନତା ସଂଗ୍ରାମୀ ନିଳମଣି ପ୍ରଧାନ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସଵକୁ ପରିଚାଳନାରେ ପ୍ରେସ ୟୁନିଟର ହେମନ୍ତ କୁମାର ମଲ୍ଲିକ, ସଂଯୋଜିକା ସୁଶ୍ରୀ ମୋନାଲିସା ମୁଦୁଲି,

ମହିଳା ସମ୍ପାଦିକା ପାୟଲ ପ୍ରିୟଦର୍ଶିନି ପରିଡା, ପ୍ରିୟଙ୍କା ସେନାପତି, ପ୍ରିତିପ୍ରଜ୍ଞା ପଟ୍ଟନାୟକ, ଚିରଞ୍ଜିବି ସ୍ବାଇଁ, ପ୍ରତୀକ କୁମାର ସାହୁ, ସନ୍ଧିପ ମଲ୍ଲିକ, ଅଂଶୁମାନ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ପ୍ରେସ ୟୁନିଟର ସଭାପତି ଦିଜବର ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଗ୍ରାମୀଣ ମହୋତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
No Result
View All Result