No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଲଉଡ଼ି ଆମର ପ୍ରାଚୀନ ପରମ୍ପରା l ରାଧା କୃଷ୍ଣ ଙ୍କ ରାସ ଲୀଳାକୁ ଲଉଡ଼ି ମାଧ୍ୟମରେ ଗୋପାଳ ଭାଇ ମାନେ ପରିବେଷଣ କରି ଜନମାନସରେ ଆଧ୍ୟାତ୍ମିକ ଭାବନା ଭରି ଦେଇଥାନ୍ତି ବିଶେଷ କରି ମହାପୁରୁଷ ଅଚୁତା ନନ୍ଦ ଙ୍କର ରଚିତ ଗୋପାଳ ଓଗାଳ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l ଗୋପାଳ ଙ୍କ ଓଗାଳ ଓ ଲଉଡ଼ି ଖେଳ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଚେତନା ଏହା ଆଦି ଅନନ୍ତ ଯୁଗରୁ ଶ୍ରୀ ରାଧା କୃଷ୍ଣ ଙ୍କ ମୁଖ ନିସୃତ ବାଣୀ ଓଗାଳ ଵା ଲଉଡ଼ି ସନାତନ ଧର୍ମର ସ୍ୱତନ୍ତ୍ର ଅଙ୍ଗ l

ଏହି ଲୀଲାଦ୍ୱାରା ଶ୍ରୀ ରାଧା କୃଷ୍ଣ ଙ୍କ ତତ୍ୱ, ଗୋପାଳ ମନ୍ତ୍ର, ରାଧା ମନ୍ତ୍ର, କୃଷ୍ଣ ମନ୍ତ୍ର, ଗ୍ୟାନ, ବୈରାଗ୍ୟ, ଭକ୍ତି, ପ୍ରେମ ତତ୍ୱ ଓ ମହିମା କୁ ମହାପୁରୁଷ ଅଚୁତା ନନ୍ଦ ସ୍ୱତନ୍ତ୍ର ଭାବେ ପ୍ରତିପାଦିତ କରିଛନ୍ତି l ଏହି ପରମ୍ପରା ଆଦି ଅନନ୍ତ ଯୁଗରୁ ପ୍ରଚଳିତ ହୋଇ ଆସୁଛି ବୋଲି ମଙ୍ଗଳ ବାର ରାତ୍ରରେ ବିରିଡି ବ୍ଲକ ଉକୁନ୍ଦରା ରାୟ ରଘୁନାଥପୁର ମା ‘ ନାରାୟଣୀ ଲଉଡ଼ି ମଣ୍ଡଳୀ ପକ୍ଷରୁ ମା ‘ ନାରାୟଣୀ ପୀଠରେ ଉତ୍କଳ ଦିବସ ଉପଲକ୍ଷେ 19 ତମ ଲଉଡ଼ି ଉଚ୍ଛବ ପାଳନ ଅବସରରେ ବକ୍ତା ମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି ଏଥି ସହ ଆଜିହେଉଛି ଉତ୍କଳ ଦିବସ ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭା ପତିତ୍ୱ କରିଥିଲେ

ଅବସର ପ୍ରାପ୍ତ ପ୍ରିନ୍ସିପାଲ ବନମାଳୀ ବେହେରା, ମୁଖ୍ୟ ଅତିଥିତି ଭାବେ ମାନବିକ ଅଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ, ବରଣ୍ୟ ଅତିଥି ଭାବେ ଡା. ଅଭୟ କୁମାର ଦାଶ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସ୍ତମ୍ଭକାର ନିରଞ୍ଜନ ବେହେରା,ଆଇନୀ ଜୀବି ରଶ୍ମୀକାନ୍ତ ବେହେରା ଯୋଗଦେଇଥିଲେ l ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଲଉଡ଼ି ଉଚ୍ଛବ ରେ ମୋଟ 8 ଗୋଟି ଲଉଡ଼ି ଦଳ ଭାଗ ନେଇ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ l

ଏଥିରେ ବାସୁଦେବ କାଠି ଲଉଡ଼ି ହରିଶ ପୁର ପ୍ରଥମ, ରାମେଶ୍ୱର ଲଉଡ଼ି ଦଳ ବ୍ରାହ୍ମଣ ବାଡ଼ି ଦୁତୀୟ, ରାମେଶ୍ୱର ଲଉଡ଼ି ଦଳ ଦଣ୍ଡାସାହି ତୃତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରଥମ ଦଳକୁ ବିଜେତା କପ ପ୍ରଦାନ କରାଯାଇଥିଲା l ଅନ୍ୟ ଦୁଇ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଶେଷରେ ଧନ୍ୟବାଦ ଦେଇଥିଲେ ଆଇନୀଜୀବୀ ରଶ୍ମୀକାନ୍ତ ବେହେରା l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

No Result
View All Result