No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଜଗତସିଂହପୁର ଜିଲ୍ଲା ର ପ୍ରତ୍ୟେକ ମୁସଲମାନ ବସ୍ତିରେ ଇଦ-ଉଲ-ଫିତର ପର୍ବ ସୋମବାର ପାଳିତ ହୋଇଯାଇଛି l ମହାପୁରୁଷ ମହମ୍ମଦ ଙ୍କ ଦ୍ୱାରା ଏହି ମାସରେ କୋରାନ ସମ୍ପୂର୍ଣ କରାଯାଇଥିଲା l ତାଙ୍କ ଆଦେଶ ଅନୁସାରେ ସାରା ମାସଟି ମୁସଲମାନ ଭାଇ ଭଉଣୀ ମାନେ ରୋଜା ରଖନ୍ତି l ଦିବସ ସାରା ଉପବାସ ରହି ସନ୍ଧ୍ୟାରେ ରୋଜା ଫିଟାଇ ଖାଦ୍ୟ ପାନୀୟ ଖାନ୍ତି l କାରଣ ଏହାଦ୍ୱାରା ଇନ୍ଦ୍ରିୟ ମାନଂକୁ ଆୟତ୍ତ ରଖାଯାଇଛି ଥାଏ ବୋଲି ଜଗତସିଂହପୁର ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ର ସଭାପତି ମୀର ଆଜମୀର ଅଲ୍ଲୀ ଓ ମହମଦ ଇଲିୟାସ ଖାଁ କହିଛନ୍ତି l
ମାନବ ଜାତି ତାର ଜୀବନରେ ଯଦି କିଛି ଭୁଲ କରିଥାଏ ଏହି ଧାରାରେ ଭଗବାନ ଙ୍କ ପାଖରେ କ୍ଷମା ପ୍ରାର୍ଥନା କରି କୁହନ୍ତି ଭଗବାନ ଏ ସଂସାରରେ ମାନବ ଜାତିକୁ ଭଲ ପଥ ଦେଖାଅ l ଏକ ମାସ ଯାକ ଭଗବାନ ଙ୍କ ପାଖରେ ଏହି କାମନା କରିଥାନ୍ତି ସୋମବାର ମୁସଲମାନ ଭାଇ ମାନେ ନିଜ ନିଜ ମସଜିଦ ମାନଙ୍କରେ ଏକ ତ୍ରିତ ହୋଇ ଇଦ ନମାଜ ପାଠ କରିଥିଲେ l ନମାଜ ପରେ ପରସ୍ପରକୁ ଅଭିନନ୍ଦନ ଜଣାଇ ଆଲିଙ୍ଗନ କରି ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ l ଏହି ଇଦ ଜିଲ୍ଲାର ତରିକୁନ୍ଦ, ହାଜିପୁର, ବେତ ମାଳିଆ, ତାଞ୍ଚନା, ଭବାନୀପୁର, ଅଢଙ୍ଗ ଗଡ଼, ବରାହପୁର, ତଳପାଟକ, ନୂଆଢନା ଆଦି ମୁସଲମାନ ବସ୍ତି ସହ ସମସ୍ତ ବସ୍ତିରେ ପାଳନ କରାଯାଇଥିଲା l
ଶାନ୍ତି ଶୃଙ୍ଖଳାର ସହ ଏହି ପର୍ବ ଶେଷ ହୋଇଥିବାରୁ ସଂଖ୍ୟା ଲଘୁ ସେଲର ସଭାପତି ଅଲ୍ଲୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଶେଷ କରି ତରିକୁନ୍ଦ ଇଦ ଘା ପଡିଆରେ 8 ଖଣ୍ଡ ମୁସଲମାନ ବସ୍ତିର ମୁସଲମାନ ଭାଇ ମାନେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଥିଲେ l ମୌଲାନା ଆଲମ ଗିରି ନମାଜ ପାଠ କରାଇଥିଲେ l ମହମଦ ଇଲ୍ଲୀୟାସ ଖାଁ, କଲ୍ଲିମ ଉଦିନ ଖାଁ, ହବିବ ବୁର ରହମନ, ଅବଦୁଲ ହକିମ, ମହମଦ ହକିମ,ମଂଜୁର ଅଲ୍ଲୀ ପ୍ରମୁଖ ଶତାଧିକ ମୁସଲମାନ ଭାଇମାନେ ଏଥିରେ ସାମିଲ ହୋଇଥିଲେ l
No Result
View All Result