ଅଚ୍ୟୁତ ମହାପାତ୍ର ପ୍ରମୁଖ ଯୋଗଦାନ କରି ଶ୍ରୀ ସାହୁଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ କିରାଣୀ ଶ୍ରୀ ସାହୁ ଜଣେ ବନ୍ଧୁବତ୍ସଳ, ଛାତ୍ରବତ୍ସଳ, କର୍ମଠ ଓ ସମୟାନୁବର୍ତ୍ତିତ ବ୍ୟକ୍ତି ଭାବେ ଅତିଥିମାନେ କହିଥିଲେ । ଦୀର୍ଘ ୩୫ବର୍ଷ ଚାକେରି କରିବା ଭିତରେ କଳାପଥର ଧଳାପଥର ଆଂଚଳିକ ଉଚ୍ଚବିଦ୍ୟାଳୟ ଓ ପରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟକିରାଣୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଶ୍ରୀ ସାହୁଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି । ଶେଷରେ ବୃନ୍ଦାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.