No Result
View All Result
ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ଅଧିନସ୍ଥ ପଣ୍ଡରିଯୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ୟୁ ପି ସ୍କୁଲ, ବିଛୁବାହଲି ତରଫରୁ ବିଦ୍ୟାଳୟ ଅଧିନସ୍ଥ ଗ୍ରାମ ଓ ପଡ଼ା ଗୁଡିକରେ ଶିକ୍ଷା ସଚେତନତା ପାଇଁ, ଆଗାମୀ ଶିକ୍ଷା ବର୍ଷ ରେ ବିଦ୍ୟାରମ୍ଭ କରିବାକୁ ମନୋନୀତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକ ମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭେଟି ଆଗାମୀ ଏପ୍ରିଲ ୨ରେ ବିଦ୍ୟାଳୟରେ ହେବାକୁ ସ୍ଥିରୀକୃତ “ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଦିବସ “ପାଳନ ନିମନ୍ତେ ରାଜ୍ୟ ସରକାରଙ୍କର ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି I

ସୂଚନା ଯୋଗ୍ୟ ଯେ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯିବା ପରେ ସମଗ୍ର ରାଜ୍ୟରେ ୫ବର୍ଷ ପୂରଣ କରିଥିବା ପିଲାଙ୍କୁ ଶିଶୁ ବାଟିକା ଏବଂ ୬ବର୍ଷ ପୂରଣ କରିଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀ ରେ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି Iଅଞ୍ଚଳ ରେ ଯୋଗ୍ୟ ବିବେଚିତ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀ ରେ ନାମ ଲେଖା ପାଇଁ ଯଥାକ୍ରମେ ୪୧ଏବଂ ୧୭ ଜଣ ଶିକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି Iବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ, ପାହାନ୍ତ କୁମ୍ଭାର Iବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ୱାର୍ଡ ମେମ୍ବର, ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ବିଦ୍ୟାଳୟର ଏତାଦୃଶ୍ୟ କାର୍ଯ୍ୟର ବେଶ୍ ପ୍ରଶଂସା କରାଯାଇଛି I

No Result
View All Result