ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲାରେ ତଥା ସାରା ରାଜ୍ୟରେ ଦିନକୁ ଦିନ ଛାତ୍ରୀ ନାରୀ ନିର୍ଯ୍ୟାତନା ଗଣ ଦୁଷ୍କର୍ମ ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଛାତ୍ରୀ ମହିଳା ମାନେ ଉପଯୁକ୍ତ ନ୍ୟାୟ ପାଇପାରୁ ନାହାନ୍ତି ।ସୂଚନା ଯୋଗ୍ୟ ଟିକାବାଲି ଅଞ୍ଚଳ କଲେଜ ପଢୁଆ ଛାତ୍ରୀ ଙ୍କୁ ଦୃର୍ବୁତ୍ତ ମାନେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗାଜଲ ବାଡି କେଟାମଣି ଜଙ୍ଗଲ ମଧ୍ୟକୁ ନେଇ ଯେଁଉ ଭଳି ଅମାନୁଷିକ ଭାବରେ ଗଣ ଦୁଷ୍କର୍ମ କରି ପେଟ୍ରୋଲ ପକାଇ ପୋଡ଼ି ନିର୍ମମ ହତ୍ୟା କରିବା ସଦ୍ୟ ଘଟଣା ଘଟିଯାଇଛି ହେଲେ ପୀଡ଼ିତା ଙ୍କର ପରିବାର ଙ୍କୁ ଉଚିତ୍ ନ୍ୟାୟ ମିଳନାହିଁ । ଟିକାବାଲି ନାବାଳିକା ଛାତ୍ରୀ ନିଖୋଜ ଘଟଣା ସମ୍ପର୍କରେ ଟିକାବାଲି ଥାନା ପୋଲିସ୍ ତଦନ୍ତ କରିନାହିଁ ।

ଯାହା ଫଳରେ ପୀଡ଼ିତା ଙ୍କ ର କଙ୍କାଳ ଗଞ୍ଜାମ ଜିଲ୍ଲା ସୋରଡ଼ା ପୋଲିସ୍ ଜବତ କରିଥିଲା। ସେହିପରି କିଛି ଦିନ ତଳେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦଡକି ଗ୍ରାମ ନିକଟସ୍ଥ କପା ପଦର ଗ୍ରାମ ର ଜଣେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତ ମହିଳା ଙ୍କର ମୃତ ଦେହ ପୋଲିସ୍ ୧୦ ଦିନ ପରେ ଜବତ କରିଛି। ମୃତ ମହିଳା ଙ୍କ ପରିବାର କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ। ତତ୍ ସହିତ ଟିକାବାଲି ଥାନା ଅନ୍ତର୍ଗତ କିଛିଦିନ ତଳେ ଲାଇନ୍ ପଡା କଲେଜ୍ ର ଜଣେ ଛାତ୍ରୀ ଙ୍କୁ କଲେଜ୍ ପରିସର ମଧ୍ୟରେ ଜଣେ ଦୃର୍ବୁତ୍ତ ସମସ୍ତ ଙ୍କ ସାମ୍ନାରେ ଯୁବତୀ ଙ୍କୁ ଅସଦାଚରଣ କରିବା ସହ ଚେତାଶୁନ୍ୟ କରିଦେଇଥିବା ଘଟଣା ସମ୍ପର୍କରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ କଲେଜ୍ କର୍ତ୍ତୃପକ୍ଷ କିମ୍ବା ପୋଲିସ୍ କୌଣସି ପଦକ୍ଷେପ ନେଇନାହାନ୍ତି । ଆଜି ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ଏଫ୍ ଆଇ ଆର ରୁଜୁ କରାଯାଇ ନାହିଁ ।

ଯାହା ଫଳରେ ଦିନ କୁ ଦିନ ଛାତ୍ରୀ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ଟିକାବାଲି ମୃତ ଛାତ୍ରୀ ପୀଡ଼ିତା ଙ୍କର ଅଭିଯୁକ୍ତ ମାନଙ୍କୁ ଗିରଫ କରି ଫାଶୀ ଦଣ୍ଡ ଦେବା ନିମନ୍ତେ ଆଜି କୁଇ ସମାଜ ଯୁବ ପରିଷଦ କନ୍ଧମାଳ ପକ୍ଷରୁ ସାଧାରଣ ସମ୍ପାଦକ ଅଚ୍ୟୁତ ଜାନୀଙ୍କ ନେତୃତ୍ବରେ ଏକ ରାଲି ସଭାଯତ୍ରା ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ ବାହାରିଥିଲା। ଏହି ରାଲୀ ଶୋଭାଯାତ୍ରାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶତାଧିକ ପୁରୁଷ ମହିଳା ହାତରେ ପ୍ଲା କାର୍ଡ ଧରି ଟିକାବାଲି ପୀଡ଼ିତା ଙ୍କ ଗଣ ଦୁଷ୍କର୍ମ କାରୀ ଙ୍କୁ ଫାଶୀ ଦଣ୍ଡ ଦିଆ ଯାଉ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

କୁଇ ସମାଜ ଯୁବ ପରିଷଦ କନ୍ଧମାଳ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲା ପାଣ ସମାଜ, ଜିଲ୍ଲା ଓବିସି ସମନ୍ଵୟ ସମିତି ସହୋଯୋଗ କରିଥିଲା। ଜିଲ୍ଲା ପାଣ ସମାଜ ସଭାପତି ପଙ୍କଜ ବେହେରା, ଓବିସୀ ସମନ୍ଵୟ ସମିତି ସଭାପତି ତଥା ବରିଷ୍ଠ ସାମ୍ବାଦିକ, ସମାଜସେବୀ ପ୍ରଶାନ୍ତ ବେହେରା ଯୋଗ ଦେଇଥିବା ବେଳେ ଟିକାବାଲି ମୃତ ପୀଡ଼ିତା ଛାତ୍ରୀ ରୀନୁ ମହାପାତ୍ର ଙ୍କର ବାପା,ମାଆ ଏବଂ ତାଙ୍କ ସମ୍ପର୍କୀୟ ଓ ଟିକାବାଲି ଅଞ୍ଚଳର ଶତାଧିକ ପୁରୁଷ ମହିଳା ରାଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।