No Result
View All Result
ଡମପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବନବିଭାଗ ଫରେଷ୍ଟ ଗାର୍ଡ ସବିତା ବେହେରାଙ୍କର ୪୨ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ରକ୍ତ କର୍କଟରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ଓ ବନବିଭାଗର ବହୁ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତା ବେହେରାଙ୍କୁ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ଶ୍ୟାମା ଶ୍ୟାମା ସତ୍ସଙ୍ଗ କେନ୍ଦ୍ର ବାଙ୍କୀ ମାଣିକପାଟଣା ଠାରେ ସବିତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ସତସଂଗ ଅନୁଷ୍ଠିତ ହୋଇଥିଲା ।
ସ୍ୱର୍ଗତା ରାଉତଙ୍କ ପିତା ଉଲ୍ଲାସ ବେହେରାଙ୍କ ପରିଚାଳନାରେ ଆୟୋଜିତ ଏହି ସତ୍ ସଂଗରେ ସତସଙ୍ଗ ଅନୁଷ୍ଠାନର ସଭ୍ୟ ଅମୀତ୍ କୁମାର ସାହୁ, ପ୍ରକାଶ କୁମାର ସେଠୀ, ବୈକୁଣ୍ଠ କୁମାର ପଣ୍ଡା, ରଘୁନାଥ ମହାରଣା, ଶର୍ମିଳା ସାହୁ, ରେଣୁବାଳା ମିଶ୍ର, ଅମ୍ବିକା ଦଳେଇ , ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଅମରଆତ୍ମାର ସଦ୍ଗତି ଏବଂ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବା ସହିତ ସତସଙ୍ଗ କରାଯାଇଥିଲା ।
No Result
View All Result