No Result
View All Result
ଡମପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକା ବିଷୁବ (ପଣା) ସଂକ୍ରାନ୍ତି ସଂପର୍କରେ ବାଙ୍କୀର ଉପଜିଲ୍ଲାପାଳଙ୍କ ସହିତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ସାକ୍ଷାତ କରି ଆଲୋଚନା କରିଥିଲେ । ପରିଚାଳନା କମିଟି ସଭାପତି ଆଇନଜୀବୀ ସନ୍ତୋଷ କୁମାର ରଣା କହିଥିଲେ ମହାନଦୀରେ ବର୍ତ୍ତମାନ ଜଳ ନାହିଁ । ଯାହାକି ଠାକୁରାଣୀ ସ୍ନାନ କରିବା ସହିତ ଝାମୁଆମାନେ ମା’ଙ୍କ ଘଟ ସାଥିରେ ଆସି ମହାନଦୀରେ ସ୍ନାନ କରି ଝାମୁ ଯାତ୍ରା କରିଥାନ୍ତି ।
ତେଣୁ ବର୍ତ୍ତମାନ ମହାନଦୀରେ ମା’ଙ୍କ ସ୍ନାନ ପାଇଁ ଅସ୍ଥାୟୀ ନଦୀ ଖୋଳାଯାଉ କିମ୍ବା ସାଧାରଣ ଜନତାମାନଙ୍କ ପାଇଁ ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରାଯାଉ ବୋଲି ମତ ଦେଇଥିଲେ । ଏ ସଂପର୍କରେ କଟକ ଜିଲ୍ଲାପାଳଙ୍କୁ ଡମପଡ଼ା ବ୍ଳକ ଠାରେ ଜନଶୁଣାଣି ଶିିବିରରେ ଅବଗତ କରାଯାଇଥିଲା ।
ପୂର୍ବ ସରକାର ପକ୍ଷରୁ ମନ୍ଦିର ଉନ୍ନତି ପାଇଁ ମିଳିଥିବା ୧୧କୋଟି ଅର୍ଥରେ କିପରି ଶୀଘ୍ର କାର୍ଯ୍ୟ କରାଯିବ ସେ ସଂପର୍କରେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ମନ୍ଦିର ପରିଚାଳନା କମିଟି ସଂପାଦକ ନୀଳମଣି ମହାପାତ୍ର, ସଭ୍ୟ ସୁଶାନ୍ତ ମହାପାତ୍ର, ବେଣୁଧର ରଣା, ବିଦ୍ୟାଧର ରଣା, ସୁଧୀର ରଣା, ପ୍ରଣବ ମହାପାତ୍ର, ଚନ୍ଦନ ରଣା, ଅମରନାଥ ରଣା, ଅଜିତ ରଣା, ସୂର୍ଯ୍ୟମଣି ରଣା ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
No Result
View All Result