No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଶନିବାର ଠାରୁ ଆରମ୍ଭ ହୋଇ ଏପ୍ରିଲ ସାତ ପର୍ଯ୍ୟନ୍ତ ଚାଲିବ l ଆଜି ସକାଳ ଆଠଟାରେ ବ୍ରତଧାରୀ ମହିଳା ପୁରୁଷ ମାନେ ନୂତନ ଵସ୍ତ୍ର ପରିଧାନ ପୂର୍ବକ ରାଜପୁଷ୍କରଣୀ ମାଝଣା ରୂ ମୁଣ୍ଡରେ ଜଳପୁର୍ଣ କଳସ ରଖି ଜଳ ଯାତ୍ରା କରି ମନ୍ଦିର ଯଜ୍ଞ ମଣ୍ଡପରେ ସ୍ଥାପନା କରିବେ l
ପ୍ରତ୍ୟକ ଦିନ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମା ଙ୍କୁ ମହାସ୍ନାନ ପରେ ବେଶ କରାଯିବl ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି,ଆରତୀ ଓ ପୁଷ୍ପାଞ୍ଜଳି ଦିଆଯିବ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଛନ୍ତି l
ଆଜିର ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ , ଭାଗିରଥି ପ୍ରଧାନ, ପୂର୍ଣଚନ୍ଦ୍ର ସାହାଣୀ , ଚନ୍ଦ୍ରଶେଖର ପଣ୍ଡା ନିତ୍ୟ ସେବକ ଚଟୁ କର,ଦିପୁ ପାଲ, ସୁଶାନ୍ତ ସାହୁ, ସାହିଲ ସାହାଣୀ, ବିକାଶ ବେହେରା ସମେତ ପରିଚାଳନା କମିଟିର ସବୁ ସଦସ୍ୟ ଉପସ୍ଥିତ ଥିଲେ ବୋଲି କମିଟିର ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି l
No Result
View All Result