No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର :- ନାରୀଙ୍କ ପ୍ରତି କଂଗ୍ରେସୀଙ୍କ କୁଣ୍ଠିତ ମନୋଭାବ ଓ ନକଲି ସମ୍ମାନକୁ ଉଜାଗର କରୁଥିବା ସତ ଘଟଣା । “ଛବିରାଣୀ ହତ୍ୟାକାଣ୍ଡ” ୧୯୮୦ ମସିହା ଅକ୍ଟୋବର ମାସ ୩ ତାରିଖ । ସନ୍ଧ୍ଯା ପ୍ରାୟ ସାଢେ ସାତ। କାହାକୁ କିଛି ନ ଜଣାଇ ବିରିଡି ଗାଁ ଛାଡି ଚାଲିଯିବାକୁ ବାହାରିଲେ ଛବିରାଣୀ ଏବଂ ସ୍ବାମୀ ନବକିଶୋର । ସାଙ୍ଗରେ ଥାଏ ଗୋଟେ ଛୋଟ ଶିଶୁ ପୁତ୍ର । ଗାଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହିଯାଉଥାଏ ବିଲୁଆଖାଇ ନଇ (ଆମ ଦେବୀନଦୀର ଉପର ଭାଗ) । ଗୋଟିଏ ଧାର ପାରି ହେଲାପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡାଉଛନ୍ତି । ଜୋରରେ ଦଉଡିବାକୁ ଚେ଼ଷ୍ଟା କଲେ ସ୍ବାମୀ ସ୍ତ୍ରୀ । ନବକିଶୋର ପୁଅକୁ କାଖେଇଥାନ୍ତି ।
ନଇ ବାଲିରେ ଦଉଡିବାକୁ ବହୁତ କଷ୍ଟ ହୋଇଥିବାରୁ କ୍ଲାନ୍ତ ହୋଇ ତଳେ ପଡିଗଲେ ଛବିରାଣୀ । ଖାଲି କହୁଥାନ୍ତି “ମୋ ପୁଅକୁ ବଞ୍ଚାଅ”, ପୁଅକୁ ନେଇ ତମେ ଏଠାରୁ ଚାଲିଯାଅ”। କିନ୍ତୁ ରକ୍ତପିପାସୁଙ୍କ ହାତରେ ସ୍ତ୍ରୀ କୁ ଏକୁଟିଆ ଛାଡି ଚାଲିଯିବାକୁ ମନ ବଳୁନଥିଲା ନବକିଶୋରଙ୍କର । କିନ୍ତୁ ପୁଅର ଜିବନକୁ ରକ୍ଷା କରିବାକୁ ଯାଇ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ଯ ହେଲେ । ସେ ଏକ ବୁଦାମୁଳେ ଲୁଚିଗଲେ । ସେଠି ସେ ଯାହା ଦେଖିଲେ ତାହା ଅକଳ୍ପନୀୟ । ଚୋରା ମଦ ବେପାରୀ ବୀର ମାଣିଆ, ବାବାଜୀ ମାଣିଆ ଏବଂ ବ୍ଲକ କଂଗ୍ରେସ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀଙ୍କୁ । ଛବି ତାଙ୍କୁ କାକୁତି ମିନତି ହୋଇ ଛାଡି ଦେବାକୁ ଅନୁରୋଧ କରୁଥାନ୍ତି ।
କିନ୍ତୁ ବୁଦାମୁଳେ ଲୁଚିଥିବା ସ୍ବାମୀଙ୍କ କାନ ପରଦା ଫଟାଇ ହ୍ରୁଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉ ଥାଏ । ସେ ପୁଣି ଛବିରାଣୀଙ୍କ ପାଖକୁ ଯାଇପାରୁନଥାନ୍ତି, କାରଣ ପାଖରେ ଛୋଟ ପିଲାଟି ଥାଏ । ବାପ ମାଆଙ୍କ ପାଖରେ ପୁଅର ଜୀବନ ସେମାନଙ୍କ ଜୀବନ ଠାରୁ ଅଧିକ । ଆଉ କିଛି ଉପାୟ ନପାଇ ଅନ୍ଯ ବାଟ ଦେଇ ନବକିଶୋର ପୁଅକୁ କାଖେଇ ପାଖ ଗାଁ କୁନ୍ଦୁରାରେ ପହଞ୍ଚିଲେ । ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡିଦେଇ ଗାଁ ମୁଖିଆଙ୍କୁ ସବୁ କଥା କହିଲେ । ତତ୍ପର ହୋଇ ଗାଁର କିଛି ଯୁବକଙ୍କୁ ଧରି ବିଲୁଆଖାଇ ନଦୀ ପଠାରେ ପହଞ୍ଚିଲେ ନବକିଶୋର ।
ସେଠାରେ ପହଞ୍ଚି ସେ ଯାହା ଦେଖିଲେ ସେଥିରେ ସତେ ଯେମିତି ତାଙ୍କ କଲିଜା ଖସି ପଡିଥିଲା । ସ୍ତବ୍ଧ ହୋଇଯାଇଥିଲେ ପ୍ରତିଟି ଓଡିଆ । ନଦୀପଠା ବାଲିରେ ପଡିରହି ଥିଲା ଛବିରାଣୀଙ୍କ ଅର୍ଦ୍ଧଲଗ୍ନ ମ୍ରୁତ ଶରୀର । ମୁଣ୍ଡରୁ ପାଦ ଯାଏଁ ସବୁ ଅଙ୍ଗରେ କ୍ଷତଚିହ୍ନ । ଭାଙ୍ଗିଯାଇଥିଲା ବିବାହ ବେଦୀରେ ପିନ୍ଧିଥିବା ନାଲି ଚୁଡ଼ି ଏବଂ ମଙ୍ଗଳ ସୂତ୍ର । ରକ୍ତ ଜୁଡୁବୁଡୁ ବାଲୁକା ରାଶି ସଭ୍ଯ ସମାଜକୁ ଜଣାଇ ଦେଉଥିଲା ଛବିରାଣୀଙ୍କ ସହ ହୋଇଥିବା ପାଶବିକ ଅତ୍ଯାଚାରର କାହାଣୀ । ମ୍ରୁତ୍ୟୁ ଦୁତଙ୍କ ପାଖରୁ ରକ୍ଷା ପାଇବା ପାଇଁ ଛବି କେତେ ଯେ ସଂଘର୍ଷ କରିଥିବେ ତାହା ଜଣାପଡୁ ଥିଲା ସେହି ନଇ ବାଲିରେ ପଡିଥିବା ଛବିରାଣୀଙ୍କ ନଖ ଆମ୍ପୁଡାର ଚିହ୍ନରୁ ।
ବାଲି ହିଁ ଥିଲା ତାର ଏକମାତ୍ର ସାହାରା । ରକ୍ତ ପିପାସୁଙ୍କ ନିକଟରୁ ରକ୍ଷା ପାଇବା ପାଇଁ ଅସହାୟ ମହିଳା ଛବି ସେହି ବାଲିର ସାହାଯ୍ୟ ନେଇଥିଲେ। ଦୁଇ ମୁଠା ବାଲି ସେମାନଙ୍କ ମୁହଁକୁ ଫିଙ୍ଗିଥିଲେ । ଦୁଇ ଧାର ହୋଇ ବହି ଯାଉଥିଲା ବିଲୁଆଖାଇ । ସେ ନଇ ନଥିଲା, ଥିଲା ଛବିରାଣୀଙ୍କ ଆଖିରୁ ବହିଯାଉଥିବା ଦୁଇ ଧାର ଲୁହ । ତାର ମ୍ରୁତ ଦେହ ଦେଖି ସ୍ପଷ୍ଟ ବାରି ହେଉଥିଲା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ଯାର ଶିକାର ହୋଇଛି। ସ୍ବାମୀ ନବକିଶୋରଙ୍କ ନିକଟରେ ଜୋରରେ ରଡି ଛାଡି କାନ୍ଦିବା ବ୍ଯତୀତ ଆଉ କିଛି ଉପାୟ ନଥିଲା ।
ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଛବିରାଣୀ । ତାଙ୍କ ଭାଇ ପୁରୀରେ ଏକ ମଠର ତତ୍ତ୍ବାବଧାରକ ଭାବେ କାମ କରନ୍ତି । ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ।ସେଠାରେ ତାଙ୍କର ନବକିଶୋରଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ନବଦମ୍ପତି ରୋଜଗାର ଆଶାରେ ବିରିଡି ଆସିଥିଲେ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁଥିଲେ । ସତ୍ଯ ଘଟଣାର ପର୍ଦ୍ଦାଫାସ କରୁଥିବା ନବକିଶୋର ଓ ଛବିରାଣୀ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ରହିଯିବେ ଏକଥା ସେମାନଙ୍କୁ ଜଣା ନଥିଲା ।
ମଦମାଫିଆ, ସାର ଦୁର୍ନିତୀକାରୀ ଓ କଂଗ୍ରେସୀ କୁଜିନେତାଙ୍କ ଷଢଯନ୍ତ୍ରର ଶିକାର ହେବାକୁ ପଡିଲା ଛବିରାଣୀଙ୍କୁ । ସତ୍ଯର ଉନ୍ମୋଚନ କରୁକରୁ ନିଜେ ଏକ ଅପ୍ରୀତିକର ସତ୍ଯ ହୋଇ ରହିଗଲେ ଛବିରାଣୀ । କୌଣସି କାରଣ ନ ଥାଇ କେନ୍ଦ୍ରୀୟ ରାଜନୀତିର ମନଇଚ୍ଛା ଅନେକ ଥର ରାଷ୍ଟ୍ରପତି ଶାସନ ଲାଗୁଥିଲା ବୋଲି ଓଡ଼ିଶାର ରାଜନୀତି ଆଉ ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆ ଜାଣନ୍ତି । କେବଳ ଏତିକି ନୁହେଁ ଆହୁରି ଅନେକ କରଣ ରହିଛି, ତେଣୁ “କଂଗ୍ରେସ ମୁକ୍ତ ଓଡିଶା ହିଁ ସ୍ୱାଭିମାନୀ ଓଡ଼ିଆଙ୍କ ସଂକଳ୍ପ “
No Result
View All Result