No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- କିଛି ଦିନ ତଳେ ହିଞ୍ଜିଳିକାଟୁ ବନ ବିଭାଗ ନନ୍ଦିକ ବିଟ୍ ଅଧୀନ ସାହାପୁର ଗ୍ରାମ ରାସ୍ତାରେ ସନ୍ଧ୍ୟା ସମୟରେ ହରିଣ ଟିଏ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇଥିଲା । ଘଟଣା ପରେ ଗ୍ରାମବାସୀଙ୍କ ସମେତ ହିଞ୍ଜିଳିକାଟୁର କିଛି ଗଣମାଧ୍ୟମ ପ୍ରତିନିଧି ସ୍ଥାନୀୟ ବନପାଳ ଘରମଣି ପାଣିଗ୍ରାହିଙ୍କୁ ଖବର ଜଣାଇଥିଲେ। ଖବର ପାଇ ବନପାଳ କିଛି କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ଗୁରୁତର ଅବସ୍ଥାରେ ପଡ଼ିଥିବା ହରିଣକୁ ସେମାନେ ସେଠାରୁ ଉଦ୍ଧାର କରି ହିଞ୍ଜିଳିକାଟୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସହକାରୀ ପଶୁ ଚିକିତ୍ସକ ଡାକ୍ତର ସିଦ୍ଧାନ୍ତ କୁମାର ସେଠ୍ ଆହତ ହରିଣର ତତ୍କାଳ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟରତ ବନରକ୍ଷୀ ମିତାରାଣୀ ବିଶ୍ୱାସରାୟଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ, ପ୍ରାଥମିକ ଚିକିତ୍ସା ପରେ ଆହତ ହରିଣକୁ ପ୍ରଥମେ ବନପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ପରେ ବୁଗୁଡ଼ାପଲ୍ଲୀ ଚାରା ଉତ୍ପାଦନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସହକାରୀ ପଶୁ ଚିକିତ୍ସକ ଡାକ୍ତର ସେଠ୍ ଙ୍କ ସହ ଆଲୋଚନା ବେଳେ ଦୁର୍ଘଟଣାରେ ହରିଣଟିର ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଛି ଏବଂ ପଛପଟ ଗୋଡ଼ ଦୁଇଟି ଅଚଳ ଅବସ୍ଥାରେ ରହିଛି। କିନ୍ତୁ ସ୍ଥିତି ଗମ୍ଭୀର ରହିଛି ବୋଲି ସେ କହିଥିଲେ। ଆହତ ହରିଣ ସମ୍ପର୍କରେ ବ୍ରହ୍ମପୁର ଡିଏଫ୍ଓ ଙ୍କୁ ମଧ୍ୟ ଅବଗତ କରଯାଇଛି।
No Result
View All Result