ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– ଟ୍ୟୁନ୍ କରନ୍ତୁ ୫୦୫ ବ୍ୟଭିଚାର, ସମ୍ପର୍କ ଏବଂ ବିବାହ ବିଚ୍ଛେଦ ଉପରେ ଆଧାରିତ ପ୍ରତିଷ୍ଠିତ ସୋ ‘ସାଂସ୍’ ୯୦ ଦଶକର ଟେଲିଭିଜନ ଦର୍ଶକଙ୍କ ପାଇଁ ଏକ ତାଜା ପବନ ଭଳି ଥିଲା । ଏହି ସ୍ମୃତିକୁ ଫେରାଇ ଆଣି ଟାଟା ସ୍କାଏ ସିନିୟର୍ସ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ୧୯୯୮ ମସିହାର ଏହି ସୋ’କୁ ପୁନଃ ପ୍ରସାରଣ କରୁଛି । ସେ ଏଥିରେ ମୁଖ୍ୟ ମହିଳା ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିନେତା କନୱଲଜିତ ସିଂହ, କବିତା କାୁର, ସଗୁଫ୍ତା ଅଲ୍ଲୀ, ସୁସ୍ମିତା ଦାନ ଏବଂ ଭାରତ କାପୁର ପ୍ରମୁଖ ଅଭିନୟ କରିଛନ୍ତି । ଏହି ସୋ’ ଟାଟା ସ୍କାଏ ସିନିୟର୍ସ- ଚ୍ୟାନେଲ ନମ୍ବର ୫୦୫ରେ ପ୍ରତି ସୋମବାରରୁ ଶୁକ୍ରବାର ମଧ୍ୟାହ୍ନ ୧୨ଟା ଓ ରାତି ୯ଟାରେ ପ୍ରସାରିତ ହେଉଛି ।
ଏହି ସୋ’ ଉକ୍ତ ସମୟର ଏକ ପ୍ରମୁଖ ସୋ’ ଥିଲା ଏବଂ ଜଣେ ଭାରତୀୟ ମହିଳାର ଛବିକୁ ଚ୍ୟାଲେଞ୍ଜ କରିଥିଲା । ସୋ’ରେ ବିବାହ, ଧୋକା ଓ ପ୍ରେମ ଭଳି ବିଷୟବସ୍ତୁକୁ ବିଶ୍ଳେଷଣ କରାଯାଇଛି । ନିଜ ବିବାହକୁ ନେଇ ଖୁସିରେ ଥିବ ପ୍ରିୟା କୁପାର (ନୀନା ଗୁପ୍ତା) ଏବଂ ଗୌତମ କାୁର (କନୱଲଜିତ୍ ସିଂହ) ଏବଂ ସେମାନଙ୍କ କିଶୋର ସନ୍ତାନସନ୍ତତି ଅକୁଲ ଓ ମିଠିର କାହାଣୀରୁ ଏହି ସୋ’ର ଆରମ୍ଭ ହୁଏ । ଯେତେବେଳେ ଗୌତମର ବନ୍ଧୁତା ମନୀଷା (କବିତା କାତେବେଳେ ଗୌତମର ବନ୍ଧୁତା ମନୀଷା (କବିତା କାପୁର) ସହ ହୁଏ, ଯିଏକି ରେ ଗୌତମଙ୍କ ପ୍ରେମରେ ପଡ଼େ, ସେତେବେଳେ ସବୁକିଛି ବଦଳିଯାଏ । ସେ ମନୀଷାକୁ ପାଇବା ନିମନ୍ତେ ପ୍ରିୟାକୁ ଛାଡ଼ି ଦିଅନ୍ତି । ପ୍ରିୟା ନିଜର ପରିଚୟ ପାଇବା ପାଇବା ସହ ନିଜ ଗୋଡ଼ରେ ଛିଡ଼ା ହେବାକୁ ସଂଘର୍ଷ କରନ୍ତି । ନୀନା ଗୁପ୍ତା ସୋସିଆଲ ମିଡିଆରେ ନିଜର ଉତ୍ସୁକତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଏବଂ ଏହି ପୁରୁଣା ସ୍ମୃତିକୁ ଉଭୋଗ କରିବା । ଇଁ ନିଜ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ।
ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସେ କହିଲେ, “ଏବେ ସମସ୍ତେ ମୋ ସୋ’ ‘ସାଂସ୍’କୁ ସୋମବାରରୁ ଶୁକ୍ରବାର ରାତି ୯ଟାରେ ଟାଟା ସ୍କାଏରେ ଦେଖିାରିବେ । ଯେଉଁମାନେ ପୂର୍ବରୁ ଏହାକୁ ଦେଖିଛନ୍ତି, ଏବେ ସେମାନେ ପୁଣିଥରେ ଏହାକୁ ଦେଖିାରିବେ ଏବଂ ଯେଉଁମାନେ ଦେଖିବାର ସୁଯୋଗ ପାଇ ନ ଥିଲେ, ଏବେ ସେମାନେ ଏହାକୁ ଦେଖିବା ଆରମ୍ଭ କରିାରିବେ ।” ଟାଟା ସ୍କାଏ ସିନିୟର୍ସକୁ ସ୍ୱତନ୍ତ୍ର ଭାବେ ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କର।ଯାଇଛି, ଯେଉଁଥିରେ କି ସ୍ୱାସ୍ଥ୍ୟ ଓ ଫିଟ୍ନେସ୍, ଡିଜିଟାଲ ଶିକ୍ଷା, ଆର୍ଥିକ ଯୋଜନା ଓ ସମ୍ପର୍କ ପରିଚାଳନା ସମ୍ପର୍କିତ ସୋ’କୁ ପ୍ରଦର୍ଶନ କରାଯାଉଛି । ‘ସାଂସ୍’କୁ ୫୦୫ରେ ସୋମବାରରୁ ଶୁକ୍ରବାର ମଧ୍ୟାହ୍ନ ୧୨ଟା ଏବଂ ରାତି ୯ଟାରେ ଦେଖିାରିବେ । ଟାଟା ସ୍କାଏ ସିନିୟର୍ସରେ ରବିବାର ସନ୍ଧ୍ୟା ୭.୩୦ରୁ ସାଂସ୍ର ସପ୍ତାହ ଯାକର ସମସ୍ତ ଏପିସୋଡ୍କୁ ଏକକାଳୀନ ଦେଖିାରିବେ । ଏହି ସେବା ଟାଟା ସ୍କାଏ ମୋବାଇଲ ଆପ୍ରେ ମଧ୍ୟ ଉପଲବ୍ଧ ।














