No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡ଼ା ବ୍ଲକ ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ତରଫରୁ ଜାତମୁଣ୍ଡିଆ ଆର.ଏମ୍.ସି ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ତାଲିମ୍ ଓ ଦକ୍ଷତା ବିକାଶ କର୍ମଶାଳା ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ୩୭ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଯୋଗଦେଇ ଉଦ୍ୟାନ କୃଷି ବିଭାଗ ତରଫରୁ ସରକାରଙ୍କ ଚାଷୀମାନଙ୍କ ପାଇଁ ପଶୁପାଳନ , କୁକୁଡାଚାଷ, ଫଳଚାଷ, କୃଷି ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସଂପର୍କରେ ଚାଷୀମାନେ କିପରି ଲାଭ ପାଇପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସ୍ମୃତିରେଖା ଦାସ , ପ୍ରାଣୀ ଚିକିତ୍ସକ ଡାକ୍ତର ତନ୍ମୟୀ ପଟ୍ଟନାୟକ, ବୈଜ୍ଞାନିକ ଅରୁଣ କୁମାର ଗିରି, ପ୍ରଦୀପ ଧଳ ଯୋଗଦେଇ ଚାଷୀମାନଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧୀୟ ଜ୍ଞାନକୌଶଳ ଶିକ୍ଷା ଦେବା ସହ ସେମାନେ କିପରି ଲାଭବାନ ହୋଇପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ଫକୀର ଜେନା, ସନ୍ତୋଷ ଲେଙ୍କା, ଶରତ ମହାରଣା, ପ୍ରକାଶ ସାହୁ ସହଯୋଗ କରିଥିଲେ ।
No Result
View All Result