No Result
View All Result
କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ରାଇକିଆ ବ୍ଲକ ଅର୍ନ୍ତଗତ ଗୁମାମାହା ପଂଚାୟତ ର ଦିଗି ଗ୍ରାମ ଶ୍ରୀ ଅନ୍ନ ଅଭିଜାନ, ସ୍ୱାତୀ, ରାଇକିଆ ଦ୍ୱାରା ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ତୁଷାରକାନ୍ତି ତୁଙ୍ଗ ଉଦ୍ଘାଟନ କରିଥିବା ବେଳେ, ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଶନ କୁମାର ପାତ୍ର, ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ ଏବଂ ଅନ୍ୟାନ୍ୟ ବିଭାଗିୟ କର୍ମକର୍ତା ମାନେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସହ ମାଣ୍ଡିଆ ସୁପ୍, କାଙ୍ଗୁ ଖିରି ପ୍ରସ୍ତୁତ କରାଯାଇ ପ୍ରଦର୍ଶନ ସହ ଅଂଶଗ୍ରହଣ କାରି ଙ୍କ ମଧ୍ୟରେ ପ୍ରଦାନ କରାଯାଇଥିଲା ।ମାଣ୍ଡିଆ ଖାଦ୍ୟ କୁ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ବଢାଇବା ପାଇଁ ସ୍ୱାତୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,

ଫୁଲବାଣୀ ସହଯୋଗରେ କନ୍ଧମାଳ ମହତ୍ସୋବରେ ଏକ ପଦର୍ଶନୀ ଓ ବିକ୍ରୀ ବ୍ୟବସ୍ଥା ଅନୁଷ୍ଠାନ ତରଫରୁ କରାଯାଇଛି, ଏଥି ସହିତ ୧୩ ପ୍ରକାର ଦେଶି ଧାନ, ବିଭିନ୍ନ ପ୍ରକାର ଦେଶୀ ମାଣ୍ଡିଆ ପଦର୍ଶନୀ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସ୍ୱାତୀ ର ଶ୍ରୀ ଅନ୍ନ ଅଭିଜାନ ର ସଂଯୋଜିକା ଅନ୍ନପୂର୍ଣ୍ଣା ପ୍ରଧାନ, ଜୟରାମ ମଲ୍ଲିକ, ହୃଶିକେଶ ଆମାୟତ ପରିଚାଳନା କରିଥିବା ବେଳେ କୃତିବାସ ପ୍ରଧାନ ଓ ଅନ୍ୟ ସ୍ୱାତୀ କର୍ମୀ ମାନେ ସହଯୋଗ କରିଥିଲେ ।

No Result
View All Result