No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ନିର୍ବାଚିତ ହେବାର ଆଜକୁ ତୃତୀୟ ବର୍ଷରେ ପଦାର୍ପଣ କରିଛନ୍ତି । ଶ୍ରୀ ପରିଡ଼ା ନିର୍ବାଚିତ ହେବାର ତୃତୀୟ ବାର୍ଷିକ ପୂର୍ତ୍ତୀ ପାଳନ ଅବସରରେ , ସେ ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ ଗ୍ରାମର ଯଥା ନୂଆଗଡ଼ , ତେଲଙ୍ଗାପେଣ୍ଠ ବଜାର, କୁମ୍ଭରାଜପୁର, ପ୍ରତାପନଗରୀ , ଭାଣପୁର ,ପୀରବଜାର , ଡାହାଳିଆବାଗ ଆଦି ଗ୍ରାମରେ ବିଭିନ୍ନ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଛନ୍ତି ।
ଯଥା ବିଭିନ୍ନ ସାହିର ରାସ୍ତା କାର୍ଯ୍ୟ , ବ୍ରିଜ , ଡ୍ରେନ , ଉଜ୍ୱଳ ଆଲୋକ, ଷ୍ଟ୍ରିଟଲାଇ, ବାର୍ଦ୍ଧକ୍ୟ , ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ସହିତ ୫୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ କରିବାରେ ସଫଳ ହୋଇ ପାରିଛନ୍ତି । ଏହାସହିତ ଅନେକ କାର୍ଯ୍ୟ ମଧ୍ୟ ଆଗକୁ କରାଯିବ । ସେନେଇ ବିଭିନ୍ନ କାର୍ଯ୍ୟ ତାଲିକା ପ୍ରସ୍ତୁତ ହୋଇ ସାରିଛି । ଏନେଇ ବୁଧବାର ସନ୍ଧ୍ୟାରେ ପ୍ରତାପନଗରୀ ନିକଟସ୍ଥ ଶ୍ରୀ ବାଲାଜି ମଣ୍ଡପରେ ନିର୍ବାଚନର ତୃତୀୟ ବାର୍ଷିକ ପୂର୍ତ୍ତୀ ଉତ୍ସବ ଆୟୋଜନ କରିଥିଲେ ।
ଏହି ଉତ୍ସବରେ ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ କମିଟିର ସଭାପତି ଶରତ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ପୂର୍ତ୍ତୀ ଉତ୍ଊ ଅନୁଷ୍ଠିତ ହୋଇଥିଲା । ଉକ୍ତ ପୂର୍ତ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀର ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ ମୁଖ୍ୟ ଅତିଥି , ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ , ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର , କଟକ ସଦର ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ପ୍ରତାପ ମଲ୍ଲିକ, ସମାଜସେବୀ ଅନିତା ବେହେରା ,
କର୍ପୋରେଟର ସନ୍ତୋଷ ଭୋଳ, ସୁଭାଷିଶ ପଟ୍ଟନାୟକ, ଚତୁର୍ଭୁଜ ମହାପାତ୍ର , ଶ୍ରୀଚରଣ ଵେହେରା , ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ଜନାର୍ଦ୍ଦନ ପରିଡ଼ା ଜନ ସାଧାରଣଙ୍କ ନିକଟରେ ପହଞ୍ଚି ପାରୁଥିଲା ବେଳେ, ସେ ଦଳମତ ଭୁଲି ତାଙ୍କ ୱ।ର୍ଡ଼ର ବିକାଶ କିପରି ହୋଇ ପାରିବ ସେ ଦିଗରେ କାର୍ଯ୍ୟ କରି ଦେଖାଇ ପାରିଛନ୍ତି । ବିତ୍ୟା ହେଉ କିମ୍ବା ବର୍ଷା , ବିଦ୍ୟୁତ ଲାଇନ କଟ ହେଉ ସବୁ ବିଷୟରେ ସେ ହସ୍ତକ୍ଷେପ କରି ଲୋକଙ୍କ ସମସ୍ୟାର ସମାଧାନ କରିପାରିଛନ୍ତି ।
ସେଥିପାଇଁ କର୍ପୋରେର ଶ୍ରୀ ପରିଡ଼ା ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି । ଏହା ସହିତ ସେ କର୍ପୋରେଟର ହେବା ପରଠାରୁ ଯୁବକ , ମହିଳା, ଏବଂ ବୟଜ୍ୟେଷ୍ଠ ପୁରୁଖା ଲୋକମାନଙ୍କୁ କଂଗ୍ରେସରେ ସାମିଲ କରିବା ସହିତ କଂଗ୍ରେସ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରଖିଛନ୍ତି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏହି ପୂର୍ତ୍ତୀ ସମ୍ମିଳନୀରେ ବିଜନ କୁମାର ରାଉତରାୟ, ଶ୍ରୀଚରଣ ବେହେରା,ତୁଷାର କାନ୍ତ ମହାପାତ୍ର, ଙ୍କ ସମେତ ବିଭିନ୍ନ ଗ୍ରାମର କଂଗ୍ରେସର କର୍ମୀ,ଯୁବକ ,ବୟଜ୍ୟେଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।

No Result
View All Result