No Result
View All Result
ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲା ପଡ଼ିଆ ସ୍ଥିତ ଲ୍ୟାମ୍ପ ପରିସରରେ ରାଜ୍ୟ ସମବାୟ ବିଭାଗ ଓ ମହିଳା ସଶକ୍ତିକରଣ ଆନୁକୁଲ୍ୟରେ ଏକ ବାର୍ଷିକ ସାଧାରଣ ସମବାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାଲକାନଗିରି ଜିଲ୍ଲା ସମବାୟ ସମୂହ ବରିଷ୍ଠ ସହକାରୀ ନିବନ୍ଧକ ଥିଓ ଫିଲ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲ୍ୟାମ୍ପ ସଭାପତି ପଡ଼ିଆ ମାଡକାମି ସଭାପତିତ୍ବ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଲ୍ୟାମ୍ପ ଡାଇରେକ୍ଟର ଜଗବନ୍ଧୁ ତୁରୁକ୍, କେ.ସି.ସି. ଦ୍ୟାଙ୍କ ଏମ୍ .ଭି -୭୯ ଶାଖା ପରିଚାଳକ ଜ୍ଞାନ ଵିହାରୀ କିସ୍ପୁ,

କୃଷି ବିଭାଗ ଜେନା ବାବୁ, ଏମ୍ ଡି ୱାଇଦ ଓ ପ୍ରଶାନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପଡ଼ିଆ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଏସ୍ ରାଜେନ୍ଦ୍ର ପ୍ରସାଦ ପରିଚାଳନା କରୁଥିଲେ । ଆନ୍ତର୍ଜାତିକ ସମବାୟ ବର୍ଷ-୨୦୨୫ ସଂପୂର୍ଣ୍ଣ ଭାବେ ମହିଳା ସଶକ୍ତିକରଣ ଉପରେ ପର୍ଯ୍ୟବେସିତ ଓ ସମର୍ପିତ ଥିବାରୁ ଏହି ଉଦ୍ଦେଶ୍ୟରେ ମୁଖ୍ୟ ଅତିଥି ଶ୍ରୀ ଶବର କହିଥିଲେ ଯେ, ମହିଳାମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ସହ ପାରିବାରିକ ଜୀବନ ଶୈଳୀରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।

ସେଥିମଧ୍ୟରୁ ପ୍ରତ୍ୟେକ ପଞ୍ଚାୟତରେ କୃଷି ସମବାୟ ସମିତି ଗଠନ ଓ ସମସ୍ତ ପିଏସିଏସ୍ ମାନଙ୍କୁ ୫ ଲକ୍ଷ ଟଙ୍କାର ସିଡ୍ ମନି ସହାୟତା ପ୍ରଦାନ, ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ବୃଦ୍ଧି ସମୃଦ୍ଧ କେନ୍ଦ୍ର ସ୍ଥାପନ, ଅତ୍ୟାଧୁନିକ ଗୋଦାମ ଗୃହ ନିର୍ମାଣ, କିଷାନ କ୍ରେଡିଟ କାର୍ଡ ଜରିଆରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ତଥା ସ୍ବୟଂ ସହାୟକ ଦଳର ସଦସ୍ୟ । ମାନଙ୍କୁ କୃଷି ଋଣ ରିହାତି ଆଦି ସହ କ୍ଷୁଦ୍ର ଜଳସେଚନ,

ଉଦ୍ୟାନ କୃଷି,ଗୋପାଳନ ତଥା କୃଷି ଯନ୍ତ୍ରପାତି କ୍ରୟରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ପ୍ରଦାନ କରାଯାଇଥିବା ଉଲ୍ଲେଖ କରିଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ୩ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମୋଟ ୮ ଲକ୍ଷ ଟଙ୍କାର ୠଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲ୍ୟାମ୍ପ କର୍ମଚାରୀ କେ. ସତ୍ୟନାରାୟଣ, ତ୍ରିନାଥ, କେ. ନାରାୟଣ, ପାୱ।ନ , ଏନ୍ ରବି କୁମାର, ଗଙ୍ଗା ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।
No Result
View All Result