
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଉତ୍ତରପ୍ରଦେଶ :– ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଦତ୍ତ ବାଜପେୟୀଙ୍କ ପତ୍ନୀ ଓ ୨୦ବର୍ଷୀୟ ପୁଅକୁ ଗୁଳି କରି ହତ୍ୟା କରାଯାଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୌତମପଲ୍ଲୀସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ଅଞ୍ଚଳରେ ଶନିବାର ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟା ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ କମିଶନର ଏବଂ ବରିଷ୍ଠ ଅଧିକାରୀ, ଡଗ୍ ସ୍କ୍ଵାର୍ଡ, ଫରେନ୍ସିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଘଟଣା ସମୟରେ ବାଜପେୟୀ ଦିଲ୍ଲୀରେ ଥିଲେ। ଘଟଣା ବେଳେ ଘରେ ଥିବା ଅଧିକାରୀଙ୍କ ଝିଅ ବର୍ତ୍ତମାନ କୋମାରେ ଥିବା ଜଣାପଡ଼ିଛି । ଟ୍ରମା ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲ , ଡିଜିପିଙ୍କ ସହ କଥା ହୋଇ ପୂରା ଘଟଣାର ଖୁଲାସା କରିବାକୁ କହିଛନ୍ତି ।
















